ରାଜ୍ୟରେ ସୃଷ୍ଟି ହେବ ୫୦୦୦ରୁ ଅଧିକ ନିଯୁକ୍ତି, JSW ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ

ଭୁବନେଶ୍ୱର: ଜେଏସଡବ୍ଲ୍ୟୁଏଲ୍ ସହ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ଗଣମାଧ୍ୟମକୁ ଦେଇଛନ୍ତି ସୂଚନା ।

ଓଡ଼ିଶାରେ ୨୧୦୦ କୋଟି ଟଙ୍କାର ନିବେଶ କରିବ ଜେଏସଡବ୍ଲ୍ୟୁ । ଗୋପାଳପୁର ପୋର୍ଟ ଲିଃ. ସହ ମଧ୍ୟ କମ୍ପାନୀ ପକ୍ଷରୁ ଚୁକ୍ତି ସ୍ୱାକ୍ଷରିତ କରାଯାଇଛି ।

ରାଜ୍ୟରେ ୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଲେ ମନ୍ତ୍ରୀ । ଜେଏସଡବ୍ଲ୍ୟୁ ଉକ୍ରଳ ଷ୍ଟିଲ ଲିମିଟେଡ୍ ଜଗତସିଂହପୁର ଜିଲ୍ଲାର ଜଟାଧାର ମୁହାଣଠାରେ ନିଜସ୍ୱ କେପଟିଭ ନିର୍ମାଣ କରିବା ଯୋଜନା ରଖିଛି ।