ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଧମକ, ଜୀବନ ପ୍ରତି ବିପଦ

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଥିଲା ଧମକ, କହୁ କହୁ କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ଧମକ, ଜୀବନ ପ୍ରତି ବିପଦ! ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଧମକ ମିଳିଥିଲା। ଯାହା ବିଷୟରେ ରୋହିତ ଶର୍ମା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଧମକ ପାଇଁ ଆମକୁ ହୋଟେଲରେ ବନ୍ଦ କରାଯାଇଥିଲା।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେତେବେଳେ ବି କୌଣସି ମ୍ୟାଚ୍ ଖେଳାଯାଏ, ତାହା ସର୍ବଦା ଧମାକେଦାର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ସହିତ, ସମଗ୍ର ବିଶ୍ୱ ଏହି ମ୍ୟାଚ୍ ଉପରେ ନଜର ରଖିଥାଏ।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ICC T20 ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳକୁ ଧମକ ମିଳିଥିଲା। ସମ୍ପୂର୍ଣ୍ଣ ଦଳ ହୋଟେଲରୁ ବାହାରକୁ ଆସି ନଥିଲା।

ଆମେ ହୋଟେଲରେ ଥାଏ ଖାଦ୍ୟ ଅର୍ଡର କରୁଥିଲୁ ଏବଂ ହୋଟେଲରେ ଏତେ ଗହଳି ଥିଲା ଯେ ଚାଲିବା ବି କଷ୍ଟକର ହୋଇଯାଉଥିଲା। ପ୍ରଶଂସକ, ମିଡିଆ – ସମସ୍ତେ ସେଠାରେ ଥିଲେ।

ପାକିସ୍ତାନ ବିପକ୍ଷରେ ଅନେକ ମ୍ୟାଚ୍ ଖେଳିଥିବା ରୋହିତ କହିଛନ୍ତି ଯେ, ନ୍ୟୁୟର୍କରେ ଚିରପ୍ରତିଦ୍ୱନ୍ଦ୍ୱୀକୁ ସାମ୍ନା କରିବାର ଅଭିଜ୍ଞତା ସମ୍ପୂର୍ଣ୍ଣ ଭିନ୍ନ ଥିଲା, କାରଣ ଉଭୟ ଦଳର ପ୍ରଶଂସକଙ୍କ ଠାରୁ ଆଶ୍ଚର୍ଯ୍ୟଜନକ ଶକ୍ତି ଏବଂ ସାହସ ମିଳିଥିଲା। ମୁଁ ଏପର୍ଯ୍ୟନ୍ତ ଅନେକ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳିଛି, କିନ୍ତୁ ସେହି ମ୍ୟାଚ୍ ଏକ ଅଦ୍ଭୁତ ଅନୁଭୂତି ଦେଇଥିଲା।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ୧୧୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ୩ ନମ୍ବରରେ ବ୍ୟାଟିଂ କରିଥିବା ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ୍‌ ରିଷଭ ପନ୍ତ୍‌ ୩୧ ବଲ୍‌ରେ ୪୨ ରନ୍‌ କରିଥିଲେ।

ପନ୍ତ୍‌ଙ୍କ ଇନିଂସ୍‌ ବିଷୟରେ କଥା ହୋଇ ରୋହିତ୍‌ କହିଥିଲେ, “ଆମେ ଚାହୁଁଥିଲୁ ଯେ ରିଷଭ ବୋଲରମାନଙ୍କୁ ଅସୁବିଧାରେ ପକାନ୍ତୁ ଏବଂ ତାଙ୍କ ଇଛା ଅନୁସାରେ ଖେଳ ଖେଳନ୍ତୁ ଏବଂ ସେ ତାହା ସଂପୂର୍ଣ୍ଣ ଭାବରେ କରିଥିଲେ ମଧ୍ୟ।

ତାଙ୍କର ଇନିଂସ୍‌ ପ୍ରାୟ ୪୨ ରନ୍‌ ଥିଲା ଏବଂ ସେହି ପିଚ୍‌ରେ ଏହା ୭୦ ରନ୍‌ ସ୍କୋର୍‌ କରିବା ସହିତ ସମାନ ଥିଲା। ତା’ପରେ ଜସପ୍ରିତ ବୁମରାହ ତିନୋଟି ୱିକେଟ୍‌ ନେଇ ଭାରତକୁ ୬ ରନ୍‌ର ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲେ।