ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି , ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ। ସୁନା ଶସ୍ତା ହେବାର ଆଶଙ୍କା କରାଯାଉଛି। ପ୍ରକୃତରେ ବିଶ୍ୱର ତୃତୀୟ ବିଶ୍ୱଯୁଦ୍ଧର ଭୟ ଶେଷ ହେବା ପରେ ସୁନାର ମୂଲ୍ୟ ଉପରେ ଚାପ ପଡ଼ିବାର ସମ୍ଭାବନା ରହିଛି।
ଏହା ସହିତ ନିବେଶକମାନେ ଆମେରିକାର ମାକ୍ରୋଇକୋନୋମିକ୍ ତଥ୍ୟରୁ ସୁଧ ହାର ଉପରେ ଫେଡେରାଲ୍ ରିଜର୍ଭଙ୍କ ସମ୍ଭାବ୍ୟ ଦିଗର ସୂଚନା ପାଇବାକୁ ଅପେକ୍ଷା କରିଛନ୍ତି।
ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଉତ୍ତେଜନା ହ୍ରାସ ଏବଂ ସେୟାର ବଜାର ଭଳି ବିପଦପୂର୍ଣ୍ଣ ସମ୍ପତ୍ତି ପ୍ରତି ଆଗ୍ରହ ଯୋଗୁଁ ବଜାର ଭାବନା୍ ସୁନା ଭଳି ସୁରକ୍ଷିତ ସମ୍ପତ୍ତି ସ୍ରେଣୀଠାରୁ ଦୂରେଇ ଯାଉଛି।
ଏହି କାରଣରୁ ଗତ କିଛି ଦିନ ମଧ୍ୟରେ ସୁନାର ମୂଲ୍ୟ ହ୍ରାସ ପାଇଛି। ଶୁକ୍ରବାର MCX ରେ ସୁନା ଫ୍ୟୁଚର୍ସ ମୂଲ୍ୟ ୧୫୬୩ ଟଙ୍କା କିମ୍ୱା ୧.୬୧ ପ୍ରତିସତ ହ୍ରାସ ପାଇଁ ୯୫, ୫୨୪ ଟଙ୍କା ପ୍ରତି ୧୦ ଗ୍ରାମ ଉପରେ ରହିଛି।
ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗତ କିଛି ଦିନ ମଧ୍ୟରେ ସୁନା ଏହାର ରେକର୍ଡ ମୂଲ୍ୟଠାରୁ ୫୫୦୦ ଟଙ୍କା ଶସ୍ତା ହୋଇଛି। ୧୬ ଜୁନରେ MCXରେ ସୁନାର ମୂଲ୍ୟ ୧,୦୧,୦୭୮ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ଯଦି ସେହି ମୂଲ୍ୟରୁ ଦେଖାଯାଏ, ତେବେ ସୁନା ପ୍ରାୟ ୫% ହ୍ରାସ ପାଇଛି।