ଭୁବନେଶ୍ବର: ବିଲ୍ଡର ସସ୍ମିତ ବିଶ୍ବାଳ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତିର ଆତ୍ମସମର୍ପଣ । ଜେଏମଏଫସି-1 କୋର୍ଟରେ ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ । ଆଗରୁ ଗିରଫ ହୋଇଛନ୍ତି 5 ଜଣ । ଏୟାରଫିଲ୍ଡ ଥାନାରେ ହୋଇଥିଲା ମାମଲା । ପୋଲିସର ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା ।
ପ୍ରକାଶଥାଉକି, ସସ୍ମିତ ବିଶ୍ୱାଳ ଓରଫ ଚିନୁ, ଘର ଭୁବନେଶ୍ୱର ଏୟାରଫିଲଡ ଥାନା ଅଞ୍ଚଳରେ । ଜଣେ ବିଲଡର ବା ଜମି ବ୍ୟବସାୟୀ । ଭୁବନେଶ୍ୱର ପଧାନ ସାହି ଅଞ୍ଚଳରେ ଜମି କିଣାବିକାକୁ ନେଇ ସସ୍ମିତଙ୍କ ସହ କିଛି ଲୋକଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସେହି ଜମି ନିକଟକୁ ଯାଇଥିଲେ ସୁଶାନ୍ତ । ହେଲେ ଆଉ ଘରକୁ ଫେରିନଥିଲେ । ବିବାଦୀୟ ଜମି ନିକଟରେ 7-8 ଜଣ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଥିଲେ ।
ଗୁରୁତ୍ୱପୂର୍ଣ କଥା ହେଉଛି, ସସ୍ମିତଙ୍କୁ ଜୀବନରୁ ମାରିଦେବା ପାଇଁ ପୂର୍ବରୁ ସୁକାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ଗତ ମାର୍ଚ୍ଚ 19 ତାରିଖରେ ଧମକ ଦେଇଥିଲେ । ଏନେଇ ସସ୍ମିତ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହି ଏତଲାରେ ସସ୍ମିତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । କେବଳ ଏତିକି ନୁହେଁ, ପରିବାର ଲୋକ କରିଥିବା ଅଭିଯୋଗ ଅନୁସାରେ ସେହି ଜମିବାଡ଼ି ବିବାଦକୁ ନେଇ ଅନେକ ସମୟରେ କିଛି ଲୋକ ସସ୍ମିତଙ୍କୁ ବଟି ମଧ୍ୟ ମାଗୁଥିଲେ ।
ତେବେ ଏହି ହତ୍ୟାକାଣ୍ଡରେ ଆଗରୁ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତି ଆତ୍ମସମର୍ପଣ କରିଛି ।