SA vs ZIM, 1st Test: ଲଗାତାର ୯ମ ଟେଷ୍ଟ ଜିତିଲା ସାଉଥ ଆଫ୍ରିକା, AUS ପରେ ଏବେ ଏହି ଟିମକୁ ହରାଇଲା
ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଚତୁର୍ଥ ଦିନରେ ସମାପ୍ତ ହୋଇଛି। ଏହି ମ୍ୟାଚରେ ସାଉଥ ଆଫ୍ରିକା ୩୨୮ ରନରେ ଶାନଦାର ବିଜୟ ହାସଲ କରିଛି
ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଟିମ ବର୍ତ୍ତମାନ ସାନଦାର ଫର୍ମରେ ଅଛି। ସାଉଥ ଆଫ୍ରିକା ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ୱାର୍ଲଡ ଟେଷ୍ଟ ଚାମ୍ପିୟନର ଟାଇଟଲକୁ ନିଜ ନାଁରେ କରିଥିଲା। ଏହି ଐତିହାସିକ ବିଜୟ ପରେ ସାଉଥ ଆଫ୍ରିକା ଟିମ ଆଉ ଏକ ବିଜୟ ହାସଲ କରିଛି।
ଟେମ୍ବା ବାବୁମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଟିମ ବର୍ତ୍ତମାନ ବୁଲାବାୟୋରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଜିମ୍ବାୱେକୁ ହରାଇ ଦେଇଛି। ସାଉଥ ଆଫ୍ରିକା ଦ୍ୱିତୀୟ ଇନିଂସରେ ୩୬୯ ରନର ସ୍କୋର କରି ୫୩୭ ରନର ଟାର୍ଗେଟ ଦେଇଥିଲା।
ଏହାର ଜବାବରେ ଜିମ୍ବାୱେର ଦ୍ୱିତୀୟ ଇନିଂସରେ ୨୦୮ ରନରେ ଧରାସାୟୀ ହୋଇଛି। ଏଥିପାଇଁ ଆଫ୍ରିକା ଟିମ ୩୨୮ ରନରେ ବିଜୟ ହାସଲ କରି ଲଗାତାର ୯ମ ଟେଷ୍ଟ ମ୍ୟାଚ ନିଜ ନାଁରେ କରିଛି। ଏହିଭଳି ସାଉଥ ଆଫ୍ରିକା ଟେଷ୍ଟ କ୍ରିକେଟରେ ଧମାଲ କରିଛି।