ମୋବାଇଲ ଚାର୍ଜ ବସାଇବା ବେଳେ ଅଘଟଣ, କରେଣ୍ଟ ଲାଗି 6 ବର୍ଷୀୟ ନାବାଳିକା ମୃତ
ମୋବାଇଲ ଚାର୍ଜ ବସାଇବା ବେଳେ ଅଘଟଣ । କରେଣ୍ଟ ଲାଗି 6 ବର୍ଷୀୟ ନାବାଳିକା ମୃତ । ଉଦଳା ଥାନା କଇଁସରି ଗାଁରେ ଘଟିଛି ଏଭଳି ଅଘଟଣ ।
ଉଦଳା: ମୋବାଇଲ ଚାର୍ଜ ବସାଇବା ବେଳେ ଅଘଟଣ । କରେଣ୍ଟ ଲାଗି 6 ବର୍ଷୀୟ ନାବାଳିକା ମୃତ । ଉଦଳା ଥାନା କଇଁସରି ଗାଁରେ ଘଟିଛି ଏଭଳି ଅଘଟଣ ।
ରାଜ୍ୟରେ ମୋବାଇଲ ବ୍ୟବହାର ଯେତିକି ବଢୁଛି, ତାକୁ ନେଇ ସେତିକି ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ମୟୂରଭଞ୍ଜ ଉଦଳାରୁ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ ଉଦଳା ଥାନା କଇଁସରି ଗାଁରେ ଜଣେ 6 ବର୍ଷର ନାବାଳିକା ମୋବାଇଲ ଚାର୍ଜ ବସାଇବା ବେଳେ ବିଦ୍ୟତ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।