ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଏକାକାଳୀନ 6 ସ୍ଥାନରେ ଚଢାଉ
ଟିଟିଲାଗଡ଼ R & B ସବଡିଭିଜନର ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ରେଡ୍ କରିଛି ବିଜିଲାନ୍ସ । ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ।
ଟିଟିଲାଗଡ଼: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ R & B ସବଡିଭିଜନର ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ରେଡ୍ କରିଛି ବିଜିଲାନ୍ସ । ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ଟିଟିଲାଗଡ଼ ଅଫିସ ଓ ଘର ସମେତ 6ଟି ସ୍ଥାନରେ ରେଡ କରୁଛି ଆୟକର ବିଭାଗ ।
ସମ୍ବଲପୁର, ଝାରସୁଗୁଡ଼ା ଓ ବ୍ରଜରାଜନଗରର ପୈତୃକ ଗାଁରେ ଚାଲିଛି ରେଡ୍ । ଟିଟିଲାଗଡ଼ ଘରୁ 43 ହଜାର ଟଙ୍କା ଏବଂ ସମ୍ବଲପୁର ଘରୁ ନଗଦ 6 ଲକ୍ଷ ମିଳିଥିବା ସୂଚନା ।
ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି R & B ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ R & B ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଛି।
ଓଡିଶା ଭିଜିଲାନ୍ସର 5 ଡିଏସଏସପି, 8 ଇନ୍ସପେକ୍ଟର, 2 ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ ଜାରି ରହିଛି।
ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ ତଲାସୀ କରାଯାଉଛି।
ସେଥିମଧ୍ୟରେ ସମ୍ବଲପୁର ଟାଉନ୍, ୟୁନିଟ୍-16 (ସାରଲା), ସମ୍ବଲପୁରରେ ଏକ ଦ୍ୱିତଲା କୋଠା ରହିଛି। ଝାରସୁଗୁଡାର ବ୍ରଜରାଜନଗର ୟୁନିଟ୍-2, ଗାନ୍ଧାଗୋରା ମୌଜା ଠାରେ ଏକ ଦୁଇ ମହଲା କୋଠା ରହିଛି। ଝାରସୁଗୁଡାର ବ୍ରଜରାଜନଗର, ୟୁନିଟ୍-2 ଗଣ୍ଡାଗୋରା, ନୁଆଡିହି ମୌଜା ଠାରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ଚଢ଼ଉ ଜାରି ରହିଛି।
ସେହିପରି ଝାରସୁଗୁଡା ଜିଲ୍ଲା ଲହାଣ୍ଡାବୁଡରେ ଦୁଇଟି ହାଉସିଂ ବୋର୍ଡ ଘର ଏବଂ ଅଫିସ୍ ଚାମ୍ବର, ବଲାଙ୍ଗୀରର ଆର ଏବଂ ବି ଡିଭିଜନ୍, କାଣ୍ଟାବାଞ୍ଜି କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି।
ଏହା ସହିତ ବଲାଙ୍ଗୀରର ଟିଟଲାଗଡ଼ରେ ଅବସ୍ଥିତ ସରକାରୀ କ୍ୱାର୍ଟରରେ ମଧ୍ୟ ଚଢ଼ଉ ଜାରି ରଖିଛି ବିଜିଲାନ୍ସ ।