ଆକ୍ରା,୩ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଘାନାର ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁବାର ଘାନାର ସଂସଦକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଭାରତ-ଘାନାର ସମ୍ପର୍କ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ଦୁଇ ଦେଶର ବନ୍ଧୁତାକୁ ଘାନାର ପ୍ରସିଦ୍ଧ ଅନାବନାଳଠାରୁ ମଧ୍ୟ ମଧୁର ବୋଲି ବର୍ଣ୍ଣନା କରିଥିଲେ। ଘାନାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଅନେକ ସଦସ୍ୟ ଭାରତୀୟ ପୋଷାକରେ ପହଞ୍ଚିଥିଲେ। କାହା ମୁଣ୍ଡରେ ପଗଡ଼ି ତ କେହି ଶାଢ଼ି ପିନ୍ଧି ମୋଦୀଙ୍କୁ ଭେଟିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଭାରତ ଏବଂ ଘାନାର ଏକତା ପ୍ରଦର୍ଶନ କରିବା।
ପୂର୍ବରୁ ଘାନାର ସଂସଦକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗ୍ଲୋବାଲ୍ ସାଉଥ୍ କୁ ସ୍ୱର ନ ଦେଲେ ବିକାଶ ସମ୍ଭବ ନୁହେଁ। ବିଶ୍ୱ ବିପ୍ଳବର ଏହି ଯୁଗରେ, ଭାରତର ଗଣତନ୍ତ୍ର ଆଶାର କିରଣ ହୋଇ ରହିଛି। ଭାରତର ବିକାଶ ଯାତ୍ରା ବିଶ୍ୱ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଯାଉଛି। ମୋଦୀ କହିଛନ୍ତି, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ମହାମାରୀ ଏବଂ ସାଇବର ସୁରକ୍ଷା ଭଳି ଜଟିଳ ସଙ୍କଟର ମଧ୍ୟ ସମ୍ମୁଖୀନ ହେଉଛି। ପରିବର୍ତ୍ତିତ ପରିସ୍ଥିତିରେ, ବିଶ୍ୱର ଶାସନ ବ୍ୟବସ୍ଥାରେ ପ୍ରଭାବଶାଳୀ ସଂସ୍କାର ଆବଶ୍ୟକ।
ମୋଦୀ କହିଛନ୍ତି, G-୨୦ର ସଭାପତିତ୍ୱ ସମୟରେ ଭାରତ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଦୃଷ୍ଟିକୋଣ ସହିତ କାମ କରିଥିଲା। ଆଫ୍ରିକାର ବିକାଶ ଯାତ୍ରାରେ ଭାରତ ଏକ ପ୍ରମୁଖ ଅଂଶୀଦାର ରହିଛି। ଆଫ୍ରିକାର ଲକ୍ଷ୍ୟ ହେଉଛି ଭାରତର ପ୍ରାଥମିକତା। ଆମର ଆଭିମୁଖ୍ୟ ହେଉଛି ସମାନ ବିକାଶ କରିବା। ଘାନା ହେଉଛି ଏକ ଭୂମି ଯାହା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ସ୍ଥିରତାର ଆତ୍ମାରେ ପରିପୂର୍ଣ୍ଣ।
ସେ କହିଛନ୍ତି, ଭାରତ କରୋନା ସମୟରେ ଘାନା ସମେତ ୧୫୦ରୁ ଅଧିକ ଦେଶକୁ ଟିକା ଏବଂ ଔଷଧ ଯୋଗାଇଛି। ଆମେ ଗତ ଦଶନ୍ଧିରେ ଏକ ବିରାଟ ପରିବର୍ତ୍ତନ ଦେଖିଛୁ। ଭାରତର ଲୋକମାନେ ଶାନ୍ତି, ସୁରକ୍ଷା ଏବଂ ବିକାଶରେ ସେମାନଙ୍କର ବିଶ୍ୱାସ ଦେଖାଇଛନ୍ତି। ଭାରତକୁ ବିଶ୍ୱର ଔଷଧାଳୟ ଭାବରେ ଜଣାଶୁଣା। ଆଜି ଭାରତର ଝିଅମାନେ ବିଜ୍ଞାନ, ମହାକାଶ, ବିମାନ ଚଳାଚଳ ଏବଂ କ୍ରୀଡାରେ ନେତୃତ୍ୱ ନେଉଛନ୍ତି।