ପୁରୀ ଶରଧାବାଲି ଦଳାଚକଟା ମାମଲା: ଆଜିଠୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ

ଆଜିଠୁ ଦଳାଚକଟା ତଥ୍ୟ ଗ୍ରହଣ

ଭୁବନେଶ୍ୱର: ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର। ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ଣ ପରଠୁ ସାକ୍ଷାତ।

ଆସନ୍ତାକାଲି ଅପରାହ୍ଣ ୩ଟାରୁ ପୁରୀ ସ୍ପେଶାଲ ସର୍କିଟ୍ ହାଉସରେ ସାକ୍ଷାତ। ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍ ଆଇଡି ଓ ଟେଲିଫୋନ୍ ନଂ ଜାରି କରାଯାଇଛି। ଯୋଗାଯୋଗ ପାଇଁ ଟେଲିଫୋନ୍ ନଂ-୦୬୭୪-୨୫୩୬୮୮୨/୨୩୯୧୯୭୦ ଦିଆଯାଇଛି।

ଘଟଣା: ଜୁନ 27 ତାରିଖରେ ରଥଯାତ୍ରାରେ ପ୍ରବଳ ଭିଡ଼ ଜମିଥିଲା ପୁରୀରେ। 29 ତାରିଖ ଭୋର 4ଟାରେ ଜନସମାଗମ ଯୋଗୁଁ ଦଳାଚକଟା ହୋଇଥିଲା।

ଯେଉଁ ସ୍ଥାନରେ ଦଳାଚକଟା ହୋଇଥିଲା ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ ।

ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା । ଏଥିରେ 3ଜଣଙ୍କର ମୃତ୍ୟୁ ଘଟିଥିଲା।