fbpx

ଭିମସାରର ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର,୪ ।୮(ଓଡିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଜଣେ ରୋଗୀର ରିପୋର୍ଟ କରୋନା ପଜିଟିଭ୍ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ଷ୍ଟାଫଙ୍କର କରାଯାଇଥିବା ଟେଷ୍ଟରେ ଆଜି ୯ ଜଣ ଡାକ୍ତରଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏହା ସହ ୨ ଜଣ ଆଟେଣ୍ଡାଣ୍ଟ ଓ ଜଣେ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ରଖି ଭିମସାର ମେଡିସିନ ଓପିଡ଼ି ସେବା ବନ୍ଦ କରାଯାଇଛି । ଏନେଇ ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି ।

ଅନ୍ୟପଟେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆହୁରି ଡାକ୍ତର ଓ ନର୍ସ ରହିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଭିମସାରରେ ପୂର୍ବରୁ ୨୬ ଜଣ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭଲ ହୋଇସାରିଥିବାସୂଚନା ମିଳିଛି ।

Get real time updates directly on you device, subscribe now.