ନୂଆଦିଲ୍ଲୀ: ଶୁକ୍ରବାର (୧୧ ଜୁଲାଇ) ସନ୍ଧ୍ୟା ୭ଟା ୪୩ମିନିଟରେ ଦିଲ୍ଲୀରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ମପା ଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜ୍ଜର।
ଭୂକମ୍ପର ଗଭୀରତା ୧୦ କିଲୋମିଟର ମାପ କରାଯାଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ଏହା ପୂର୍ବରୁ ଗୁରୁବାର (୧୦ ଜୁଲାଇ) ସକାଳ ୯:୦୪ ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ମଧ୍ୟ ଝାଜ୍ଜର।
10 ଜୁଲାଇରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ୧୦ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମପାଯାଇଥିଲା। ସକାଳ ୯ଟା ୪ ମିନିଟ୍ ସମୟରେ ଝଟକା ଅନୁଭୂତ ହୋଇଥିଲା। ଏଥିସହ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।
9 ଜୁଲାଇରେ ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ସେଠାକାର ଘରକୁ ଦୋହଲାଇ ଦେଇଥିଲା। ମିଡିଆ ରିପୋର୍ଟ ମୁତାବକ, ଅଧିକାରୀମାନେ ସେଠାକାର ଲୋକଙ୍କୁ ବଞ୍ଚିବା ପାଇଁ ବିଲ୍ଡିଂକୁ ଖାଲି କରିବାକୁ କହିଥିଲା।