ଭୁବନେଶ୍ୱର,୧୧ା୭: ନ୍ୟାଯ୍ୟ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପିସିସି ସଭାପତି ଭକ୍ତ ଚରଣ ଦାସ ପୂର୍ଣ୍ଣ ସମର୍ଥନ କରିଛନ୍ତି। ଏହି ଅବସରରେ ଦାସ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ ନେତୃବୃନ୍ଦଙ୍କୁ ଡ୍ରାଇଭର ମହାସଂଘକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ଡ୍ରାଇଭର ମହାସଂଘ ଆନ୍ଦୋଳନ କାରୀଙ୍କୁ ପିସିସି ସଭାପତି ଶ୍ରୀ ଦାସ ସମର୍ଥନ କରିଥିବା ଆଜି ଜନନାୟକ ରାହୁଲ ଗାନ୍ଧୀ ମଧ୍ୟ ସମର୍ଥନ ଘୋଷଣା କରିଥିଲେ।
ମହାସଂଘର ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଜୁଲାଇ ୮ରୁ ଆରମ୍ଭ ହୋଇଛି। ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ, ଏହା ଯାତାୟାତ ବ୍ୟବସ୍ଥାକୁ ପ୍ରଭାବିତ କରି ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡ଼ିମୋଟର ଚଳାଚଳ କରୁନଥିବାରୁ ଲୋକେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ୟା ସୃଷ୍ଟି ହେଉଛି ।