ପୁରୀ: ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ, ସେଥିପାଇଁ ଡେଲାଙ୍ଗରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ। ବଡ଼ ଅଙ୍କୁଲାରେ ଏକ ଫାର୍ମରେ ମରାଗଲା ଏହି କୁକୁଡ଼ା ସବୁ।
ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାବେଳେ ରକ୍ତ ନମୁନା ବିଶ୍ଳେଷଣ କରିବା ପରେ ଭୋପାଳରୁ ଏହି ରିପୋର୍ଟ ଆସିଛି।
ଡେଲାଙ୍ଗର ତିନୋଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ରୋଗ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ, ଜିଲ୍ଲା ପ୍ରଶାସନ ପ୍ରଭାବିତ ଅଞ୍ଚଳରୁ ପ୍ରାୟ 6000 କୁକୁଡ଼ା ମାରିବାକୁ ଯୋଜନା କରିଛି।