ବ୍ରହ୍ମପୁର ଷ୍ଟେସନ୍ରୁ ମିଳିଲା 2 ମୃତଦେହ

ବ୍ରହ୍ମପୁର: ବ୍ରହ୍ମପୁର ରେଲୱେ ଷ୍ଟେସନରୁ ମିଳିଲା 2 ମୃତଦେହ। 4 ନଂ ପ୍ଲାଟଫର୍ମରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ପରିଚୟ ଅସ୍ପଷ୍ଟ ରହିଛି।

ଏହି 2 ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଲା ଜିଆରପି। ତେବେ ଏହି ମୃତ୍ୟୁ କିପରି ହେଲା କିଏ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।