କୋଟି କୋଟି Jio ୟୁଜର୍ସଙ୍କ ପାଇଁ ଖୁସିଖବର, ୮୪ ଦିନିଆ ରିଚାର୍ଜ ପ୍ଲାନରେ ମିଳିବ ସବୁ ଫ୍ରି
Jio ଆଣିଛି ଧମାକେଦାର୍ ଅଫର୍।
ନୂଆଦିଲ୍ଲୀ: ଦେଖିବାକୁ ଗଲେ ସବୁ ନେଟଓ୍ୱାର୍କ ଅପେକ୍ଷା Jio ନେଟଓ୍ୱାର୍କର ଅଧିକ ଉପଭୋକ୍ତା ଅଛନ୍ତି। ଯାହା ୪୬ କୋଟିରୁ ଅଧିକ ହେବ। ପ୍ରାୟ ସବୁବେଳେ ଜିଓ ତାର ୟୁଜର୍ସଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଆଣିଥାଏ।
ସେହିଭଳି ଏବେ ମଧ୍ୟ ଜିଓ ତାର ଉପଭୋକ୍ତାଙ୍କ ପାଇଁ ଏକ ଦମଦାର ଅଫର ଆଣିଛି। ଯାହା ଅନଲିମିଡେଟ୍ କଲିଂ, ଡାଟା ସମେତ ଅନେକ ସୁବିଧା ଦେବ।
ଜିଓର ୮୪ ଦିନର ବୈଧତା ସହ ଅନେକ ରିଚାର୍ଜ ଯୋଜନା ମଧ୍ୟ ରହିଛି। ଯାହା ଅନଲିମିଟେଡ୍ କଲିଂ ସହିତ ଅନଲିମିଡଟେଡ୍ 5G ଏବଂ ମାଗଣା SMS ସହିତ OTT ଆପ୍ସ ମଧ୍ୟ ପ୍ରଦାନ କରିବ।
ଜିଓର ୮୪ ଦିନିଆ ଯୋଜନା: ଜିଓର ଏହି ଶସ୍ତା ରିଚାର୍ଜ ଯୋଜନା ୧୦୨୯ ଟଙ୍କାରେ ଉପଲବ୍ଧ ହେବ। ଏହି ଯୋଜନାରେ ୟୁଜର୍ସମାନଙ୍କୁ ୮୪ ଦିନର ବୈଧତା ମିଳିଥାଏ।
ଏଥିରେ ଉପଭୋକ୍ତାମାନେ ସାରା ଭାରତରେ ଅନଲିମିଟେଡ୍ ମାଗଣା କଲିଂ ଏବଂ ମାଗଣା ରୋମିଂର ସୁବିଧା ପାଆନ୍ତି। ଏହି ଯୋଜନା ଦୈନିକ 2GB ହାଇ ସ୍ପିଡ୍ ଡାଟା ସହିତ ଆସିଥାଏ। ଏହିପରି ୟୁଜର୍ସମାନେ ମୋଟ 168GB ହାଇ ସ୍ପିଡ୍ ଡାଟାର ସୁବିଧା ପାଇବେ।
ମାଗଣା ସୁବିଧା: କେବଳ ସେତିକି ନୁହେଁ ୟୁଜର୍ସମାନେ ପ୍ରତିଦିନ ୧୦୦ଟି ମାଗଣା SMSର ସୁବିଧା ମଧ୍ୟ ପାଇବେ। ଏହାସହ ଏହି ଯୋଜନାରେ ଉପଭୋକ୍ତାମାନେ OTT ଆପ୍ର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇବେ।
ଏଥିରେ ୟୁଜର୍ସମାନେ Amazon Prime Videoର ସବସ୍କ୍ରିପସନ୍ ପାଇବେ। ଏହା ସହିତ Jio TV ଏବଂ Jio Cloud ଆପ୍ର ମାଗଣା ଆକ୍ସେସ୍ ପାଇବେ।
ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନର ବିଶେଷ କଥା ହେଉଛି ଯେ ଉପଭୋକ୍ତାମାନେ ଅନଲିମିଟେଡ୍ 5G ଡାଟାର ସୁବିଧା ପାଇପାରିବେ। ତଥାପି ଏଥିପାଇଁ ଆପଣଙ୍କ ପାଖରେ ଏକ 5G ସ୍ମାର୍ଟଫୋନ୍ ରହିବା ଆବଶ୍ୟକ।
ଏହା ସହିତ ଆପଣ Jioର 5G ନେଟୱାର୍କ ବ୍ୟବହାର କରୁଛନ୍ତି। ଏହିପରି ଭାବରେ ଆପଣ ଏହି ପ୍ଲାନ ସହିତ ମାଗଣାରେ ଅନଲିମିଟେଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।
୧୦୨୮ ଟଙ୍କାର ପ୍ଲାନ: ଏହି ପ୍ଲାନ ବ୍ୟତୀତ Jio ର ୧୦୨୮ ଟଙ୍କାର ଏକ ରିଚାର୍ଜ ପ୍ଲାନ ମଧ୍ୟ ଅଛି। ଯେଉଁଥିରେ ଉପଭୋକ୍ତାମାନଙ୍କୁ ୮୪ ଦିନର ବୈଧତା ଦିଆଯାଇଛି।
ଏହି ପ୍ଲାନରେ ଉପଲବ୍ଧ ସୁବିଧା ବିଷୟରେ କହିବାକୁ ଗଲେ, ଏହା ଦୈନିକ 2GB ହାଇ ସ୍ପିଡ୍ ଡାଟା ମଧ୍ୟ ପ୍ରଦାନ କରେ। ଏହା ସହିତ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଅନଲିମିଟେଡ୍ କଲିଂ, ମାଗଣା ନ୍ୟାସନାଲ ରୋମିଂ ଏବଂ ଦୈନିକ 100 ମାଗଣା SMS ସହିତ ଆସିଥାଏ।
ଏଥିରେ ଉପଭୋକ୍ତାମାନେ Amazon Prime Video ବଦଳରେ Swiggy ର ପ୍ରିମିୟମ୍ ସବସ୍କ୍ରିପସନ୍ ପାଇବେ।