ମରାଠୀ ନ କହିବାରୁ ଅଟୋ ଡ୍ରାଇଭରଙ୍କୁ ମାଡ଼, ନିଶିକାନ୍ତ ଦୁବେ କହିଲେ ଠାକରେ ପରିବାରର ପାର୍ଟି…

ମୁମ୍ବାଇ,୧୩ା୭: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଜଣେ ପ୍ରବାସୀ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ମରାଠୀ ନ କହିବା ଅଭିଯୋଗରେ ମାଡ଼ ମରାଯାଇଥିଲା, ଯାହା ରାଜ୍ୟରେ ଚାଲିଥିବା ଭାଷା ବିବାଦକୁ ତୀବ୍ର କରିଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT) କର୍ମୀମାନେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ଏହି ଘଟଣା ସମ୍ପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନ ସାମ୍ନାକୁ ଆସିଛି।

ନିଶିକାନ୍ତ ଦୁବେ ତାଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି,’ଠାକରେ ପରିବାର କି ପାର୍ଟି – ଲାଟୋଂ କେ ଭୂତ ବାତୋଂ ସେ ନହିଁ ମତେ।’

ଶନିବାର ଠାରୁ ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଶିବସେନା (UBT)ର କିଛି ଲୋକ ଡ୍ରାଇଭରଙ୍କୁ ଚାପୁଡ଼ା ମାରୁଛନ୍ତି ଏବଂ ତାଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ଏହା ଆଉ ଏକ ଭାଇରାଲ ଭିଡିଓ ପରେ ଆସିଛି ଯେଉଁଥିରେ ଅଟୋ ଡ୍ରାଇଭର ଜଣେ ଗ୍ରାହକଙ୍କ ସହ ଯୁକ୍ତିତର୍କ କରୁଥିବା ଏବଂ ମରାଠୀ କହିବାକୁ ମନା କରୁଥିବା ଦେଖାଯାଇଥିଲା।

ଘଟଣାଟି ଭିରାର ରେଳ ଷ୍ଟେସନ ନିକଟ ଏକ ବ୍ୟସ୍ତ ରାସ୍ତାରେ ଘଟିଥିବା ଜଣାପଡ଼ିଛି। ଡ୍ରାଇଭରଙ୍କୁ ଜଣେ ବ୍ୟକ୍ତି ଏବଂ ତାଙ୍କ ଭଉଣୀଙ୍କୁ ମଧ୍ୟ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିଲା।

ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT)ର ଜଣେ ସ୍ଥାନୀୟ ଅଧିକାରୀ ଦାବି କହିଛନ୍ତି ଯେ, ଅଟୋ ଡ୍ରାଇଭରଙ୍କୁ ଏକ ଶିକ୍ଷା ଦିଆଯାଇ କହିଛନ୍ତି। ମରାଠୀ ଭାଷା ଏବଂ ରାଜ୍ୟକୁ ଅପମାନ କରୁଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ।