Mohammed Siraj fined: ବେନ୍ ଡକେଟଙ୍କୁ ଟକ୍କର ମାରିବା ପଡ଼ିଲା ମହଙ୍ଗା, ମହମ୍ମଦ ସିରାଜଙ୍କୁ ଏହି ଦଣ୍ଡ ଦେଲା ICC
ମହମ୍ମଦ ସିରାଜଙ୍କୁ ICCର ଜରିମାନା ।
ନୂଆଦିଲ୍ଲୀ: ଆଣ୍ଡରସନ୍-ତେନ୍ଦୁଲକର ୨୦୨୫ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ୧୦ ଜୁଲାଇରୁ ଲର୍ଡସରେ ଖେଳାଯାଉଛି । ଯେଉଁଠାରେ ଟିମ୍ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଦଣ୍ଡ ମିଳିଛି । ଆଇସିସି ଆଚରଣ ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିବାର ଦୋଷୀ ସାବ୍ୟସ୍ତ କରାଯାଇଛି ।
ସିରାଜଙ୍କ ଭୁଲ ପାଇଁ ତାଙ୍କୁ ମ୍ୟାଚ୍ ଫିର ୧୫ ପ୍ରତିଶତ ଜରିମାନା ଦେବାକୁ ପଡିବ । ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ଜଣେ ଖେଳାଳି ଯେତେବେଳେ ଅପମାନଜନକ ଭାଷା କିମ୍ବା ତାଙ୍କ ଇଙ୍ଗିତରେ ପ୍ରତିପକ୍ଷ ଦଳକୁ ଉସୁକାଇବାକୁ ଚେଷ୍ଟା କରନ୍ତି, ସେତେବେଳେ ତାଙ୍କୁ ଧାରା ୨.୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଏ ।
ବେନ୍ ଡକେଟ ଆଉଟ୍ ହେବା ପରେ ସିରାଜ ଏଭଳି କରିଥିଲେ- ଲର୍ଡସ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ, ମହମ୍ମଦ ସିରାଜ ପ୍ରତିପକ୍ଷ ଦଳର ଓପନର ବେନ୍ ଡକେଟଙ୍କୁ ଆଉଟ୍ କରିବା ପରେ ଆକ୍ରମଣାତ୍ମକ ଭାବରେ ଉତ୍ସବ ପାଳନ କରିଥିଲେ। ଏହି କାରଣରୁ ତାଙ୍କ କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଇସିସି ତାଙ୍କୁ ଦଣ୍ଡିତ କରିଛି ।
ଏହି ଘଟଣାର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଡକେଟଙ୍କୁ ଆଉଟ୍ କରିବା ପରେ ସିରାଜ ତାଙ୍କ ନିକଟତର ହୋଇଥିଲେ । ଏହି ସମୟରେ ଉଭୟ ଖେଳାଳିଙ୍କ କାନ୍ଧ ପରସ୍ପର ସହିତ ଧକ୍କା ହୋଇଥିବା ମଧ୍ୟ ଦେଖାଯାଇଥିଲା।