ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ…

୭ ବର୍ଷ ଝିଅଟିର କୋହଭରା କାହାଣୀ

ଉତ୍ତରପ୍ରଦେଶ: ‘ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ…’, ଏପରି କଥା ୭ ବର୍ଷର ଝିଅଟିର ମୁହଁରୁ ଶୁଣି ପୋଲିସ ଆଶ୍ଚର୍ଯ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଉରିଆରେ।

ଏଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଜଣେ ୭ ବର୍ଷର ନିଷ୍ପାପ ଝିଅ ମରିବା ଉଦ୍ଦେଶ୍ୟରେ ରେଳ ଟ୍ରାକ ପାଖରେ ପହଞ୍ଚିଥିଲା। ଲୋକମାନେ ଝିଅଟିକୁ ବଞ୍ଚାଇ ପୋଲିସକୁ ସୂଚନା ଦେଇଥିଲେ। ଯେତବେଳେ ଲୋକେ ଝିଅଟିକୁ ବଞ୍ଚାଇ ସେପରି କରିବାର କାରଣ ପଚାରିଲେ ସେତେବେଳେ ଝିଅଟି ଯାହା କହିଥିଲା ତାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଝିଅଟି କହିଲା ଯେ ତାଙ୍କ ବାପା ପ୍ରତିଦିନ ତାଙ୍କୁ ବହୁତ ମାରୁଛନ୍ତି। ସେ ତାଙ୍କ ହାତ ଗୋଡ ବାନ୍ଧି ବିଲକୁ ନେଇ କାମ କରାଉଛନ୍ତି, ପାଠ ପଢିବାକୁ ସ୍କୁଲ ପଠାଉ ନାହାଁନ୍ତି ଏବଂ ରୋଷେଇ କରିବାକୁ ମଧ୍ୟ କହୁଛନ୍ତି। ମୁଁ ଶୁଣିଛି ଯେ ଟ୍ରେନରେ ଧକ୍କା ହେବା ପରେ ଲୋକମାନେ ମରିଯାଆନ୍ତି, ସେଥିପାଇଁ ମୁଁ ମରିବାକୁ ଆସିଛି।

ଝିଅଟିର ନାମ ରୋଶନି ଥିବାବେଳେ ପୋଲିସ ଘଟଣାସ୍ଥଳେ ପହଞ୍ଚି ଝିଅଟିକୁ ନିଜ ସହିତ ଥାନାକୁ ନେଇଯାଇଥିଲା। ପୋଲିସ ଆଗରେ ମଧ୍ୟ ଝିଅଟି ତାର ଦୁଃଖ ଯନ୍ତ୍ରଣା କଥା କହିଥିଲା।

ଝିଅଟିର ବାପାଙ୍କ ନାମ ସନ୍ତୋଷ ରାଜପୁତ। ତାଙ୍କର ପାଞ୍ଚଟି ପିଲା, ତିନି ଝିଅ ଏବଂ ଦୁଇ ପୁଅ ଅଛନ୍ତି। ରୋଶନି ଦ୍ୱିତୀୟ ସନ୍ତାନ। ଏହିସବୁ ଝିଅ ପାଖରୁ ଶୁଣି ପୋଲିସ ତାଙ୍କ ବାପାଙ୍କୁ କଡ଼ା ଚେତାବନୀ ଦେଇ ଝିଅଟିକୁ ତାଙ୍କ ହାତରେ ହସ୍ତାନ୍ତର କରିଛି।