ଝାଡ଼ଖଣ୍ଡ: ମୂଷା ପିଇଦେଲେ 802 ବୋତଲ ମଦ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ସତ। ଏହି ଅଜବ ଘଟଣା ଝାଡ଼ଖଣ୍ଡର ଧନବାଦରେ ଦେଖିବାକୁ ମିଳିଛି। ଯେଉଁଠି ମୂଷାମାନଙ୍କ ଉପରେ 802 ବୋତଲ ମଦ ପିଇଥିବାର ଅଭିଯୋଗ ହୋଇଛି।
ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ ଏହାକୁ ପିଇବା ପାଇଁ ବାରଣ କରାଯାଇଛି କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ମଦ୍ୟପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ।
କେତେକ ହବି ପାଇଁ ମଦ୍ୟପାନ କରନ୍ତି ତ କେତେକ ଲୋକ ଏଥିରେ ଅଭ୍ୟସ୍ତ ହୋଇଥିବାରୁ ମଦ୍ୟପାନ କରନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମୂଷାମାନେ ମଦ୍ୟପାନ କରନ୍ତି ବୋଲି?
ଧନବାଦରୁ ଏହିପରି ଏକ ଘଟଣା ଶୁଣିବାକୁ ମିଳିଛି। ସେଠାରେ ଏକ ଦୋକାନରେ ଷ୍ଟକ୍ ରଖାଯାଇଥିବା ମଦକୁ ମେଳ କରାଯାଉଥିବା ସମୟରେ 802 ବୋତଲ ମଦ ଏକ ଅଜବ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା।
କିଛି ବୋତଲ ଭଙ୍ଗା ଯାଇଥିଲା ଏବଂ କିଛି ବୋତଲର ଢାଙ୍କୁଣୀ ଖୋଲା ଯାଇଥିଲା। ଯେତେବେଳେ ଅଡିଟ୍ ଅଧିକାରୀ ଦୋକାନ କର୍ମଚାରୀଙ୍କୁ ଏହି ବୋତଲର ହିସାବ ମାଗିଲେ, ସେ ଏଥିପାଇଁ ମୂଷାମାନଙ୍କୁ ଦାୟୀ କଲେ। ସେ କହିଲେ ଯେ ମୂଷାମାନେ ଦୋକାନରେ ରଖାଯାଇଥିବା 802 ମଦ ବୋତଲ ପିଇଦେଇଛନ୍ତି। ଯାହାକୁ ଶୁଣି ସମସ୍ତେ କାବା।