CHARIDHAM

ଧର୍ମ ପରିବର୍ତ୍ତନ କରିବାକୁ ହିନ୍ଦୁ ମହିଳା ଓ ନାବାଳକଙ୍କୁ ଉସକାଇବା ଛାଙ୍ଗୁର ବାବାକୁ ପଡ଼ିଲା ମହଙ୍ଗା

ରିମାଣ୍ଡ ନୁହଁ ଗିରଫ ପରେ ସିଧା ଜେଲରେ ଚକି ପେଶିବ ବାବା।

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନର ମାଷ୍ଟରମାଇଣ୍ଡ ଜଲାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଜେଲକୁ ପଠାଇ ଦିଆଯାଇଛି।  ଛାଙ୍ଗୁର ବାବାଙ୍କ ଘନିଷ୍ଠ ସହଯୋଗୀ ନୀତୁଙ୍କୁ ମଧ୍ୟ ରିମାଣ୍ଡରେ ନନେଇ ଜେଲକୁ ପଠାଇଦିଆଯାଇଛି।

ବୁଧବାର ଦିନ ATS ଅଧିକାରୀ କୋର୍ଟକୁ ଆସି କହିଥିଲେ ଯେ ସେମାନେ ଛାଙ୍ଗୁର ବାବାଙ୍କ ରିମାଣ୍ଡ ଚାହାଁନ୍ତି ନାହିଁ। ତେଣୁ ATS ଛାଙ୍ଗୁରଙ୍କୁ କୋର୍ଟରେ ହାଜର କରିନଥିଲା। ଏହାପରେ କୋର୍ଟ ମଧ୍ୟ ଉଭୟଙ୍କୁ ସିଧା ଜେଲକୁ ପଠାଇ ଦେଇଛି।

ଛାଙ୍ଗୁର ବାବାଙ୍କ ପ୍ରଥମ ପ୍ରତିକ୍ରିୟା: ଛାଙ୍ଗୁର ବାବା ଏରଫ ଜମାଲୁଦ୍ଦିନ ବୁଧବାର ତାଙ୍କ ବିରୁଦ୍ଧରେ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଦାବି କରିଥିଲେ ଯେ ସେ ନିର୍ଦ୍ଦୋଷ ଏବଂ କିଛି ଜାଣିନାହାଁନ୍ତି।

ଏହି ମନ୍ତବ୍ୟ ସେତେବେଳେ ଆସିଥିଲା ଯେତେବେଳେ ତାଙ୍କୁ ATS ଡାକ୍ତରୀ ପରୀକ୍ଷା ପାଇଁ ନେଉଥିଲା। ଆପଣଙ୍କୁ କହି ରଖୁଛୁ ଯେ ଛାଙ୍ଗୁର ବାବାଙ୍କୁ ATS ଲକ୍ଷ୍ନୌରୁ ଗିରଫ କରିଥିଲା।

ତାଙ୍କ ଉପରେ ବହୁ ସଂଖ୍ୟକ ଲୋକଙ୍କୁ ପ୍ରଲୋଭିତ କରି ବେଆଇନ ଭାବରେ ଧର୍ମ ପରିବର୍ତ୍ତନ କରିବାର ଅଭିଯୋଗ ଅଛି।

ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରୁ ଏକ ବଡ଼ ନେଟୱାର୍କର ପର୍ଦ୍ଦାଫାସ ହୋଇଛି। ଯାହା କଥିତ ଭାବରେ ଦୁର୍ବଳ ବ୍ୟକ୍ତିମାନଙ୍କୁ, ବିଶେଷକରି ହିନ୍ଦୁ ମହିଳା ଏବଂ ନାବାଳକମାନଙ୍କୁ ଟାର୍ଗେଟ କରୁଥିଲା।

ଏହାସହ ସେମାନଙ୍କୁ ଇସଲାମ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲା। ଏହି ଧର୍ମ ପରିବର୍ତ୍ତନ ପ୍ରତାରଣା, ଭାବପ୍ରବଣ ହେରଫେର ଏବଂ ଆର୍ଥିକ ପ୍ରଲୋଭନ ମାଧ୍ୟମରେ କରାଯାଇଥିବା ଅଭିଯୋଗ ହୋଇଛି।

ED -ATS ର ମିଳିତ ତଦନ୍ତ:  ATS ଏବଂ ED ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ ଛାଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ପ୍ରାୟ ୪୦ଟି ବ୍ୟାଙ୍କ ଆକାଉଣ୍ଟରେ ୫୦୦ କୋଟି ଟଙ୍କାରୁ ଅଧିକ ଜମା ହୋଇଥିବା ଅଭିଯୋଗ ହୋଇଛି।

ଏହି ଟଙ୍କା ବିଦେଶୀ ଉତ୍ସରୁ ଆସିଥିବା ଅଭିଯୋଗ ହୋଇଛ। ମୁଖ୍ୟତଃ ଉପସାଗରୀୟ ଦେଶ ଏବଂ ସମ୍ଭବତଃ ପାକିସ୍ତାନରୁ। ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଟଙ୍କା ଧର୍ମାନ୍ତରୀକରଣ ସମ୍ପର୍କିତ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇଥିଲା।

ଲକ୍ଷ ଲକ୍ଷ ଟଙ୍କା ଆଦାୟ: ବଳରାମପୁର ଜିଲ୍ଲାରେ ବେଆଇନ ଧର୍ମାନ୍ତରୀକରଣ ଅଭିଯୋଗରେ ଅଭିଯୁକ୍ତ ଜଲାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀଙ୍କଠାରୁ ସରକାରୀ ଜମିରେ ବେଆଇନ ନିର୍ମାଣ ଭାଙ୍ଗିବାରେ ଖର୍ଚ୍ଚ ହୋଇଥିବା ୮.୫୫ ଲକ୍ଷ ଟଙ୍କା ଆଦାୟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ବଳରାମପୁର ଡିଏମ୍ ପବନ ଅଗ୍ରୱାଲ କହିଛନ୍ତି ଯେ ଉତ୍ତରାଉଲା ଅଞ୍ଚଳର ମାଧପୁର ଗାଁରେ ଖାତା ନମ୍ବର ୩୭୦ ଏବଂ ୩୩୭କୁ ବେଆଇନ ଭାବରେ ଦଖଲ କରି ଏକ କୋଠା ନିର୍ମାଣ କରାଯାଇଥିଲା। ଯାହା ପାଇଁ ପ୍ରଶାସନ ଏକ ନୋଟିସ ଜାରି କରି ଗୋଟିଏ ସପ୍ତାହ ମଧ୍ୟରେ ଅବୈଧ ଦଖଲ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ନୋଟିସ୍ ଜାରି କରିବାର ଗୋଟିଏ ସପ୍ତାହ ପରେ ମଧ୍ୟ ଜବରଦଖଲ ହଟାଯାଇ ନାହିଁ। ପ୍ରଶାସନକୁ ଭାଙ୍ଗିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା।

ଅଗ୍ରୱାଲ୍ କହିଛନ୍ତି ଯେ ତିନି ଦିନରେ ୨୪ଟି ବୁଲଡୋଜର ସାହାଯ୍ୟରେ ବେଆଇନ ଜବରଦଖଲ ହଟାଯାଇଥିଲା। ଏହି ଭଙ୍ଗା କାର୍ଯ୍ୟର ମୋଟ ମୂଲ୍ୟ ଆଠ ଲକ୍ଷ ୫୫ ହଜାର ଟଙ୍କା ଥିଲା। ସେ କହିଛନ୍ତି ଯେ ଏହି ପରିମାଣ ବେଆଇନ ଭାବରେ ଜମି ଦଖଲ କରିଥିବା ଲୋକଙ୍କଠାରୁ ଆଦାୟ କରାଯିବ।