ମେଡ଼ିକାଲରେ ମହିଳା ରୋଗୀଙ୍କୁ ହତ୍ୟା, ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ
ମେଡ଼ିକାଲରେ ରୋଗୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । କାଲି ଅସୁସ୍ଥ ହେବାରୁ ମେଡ଼ିକାଲ ଆସିଥିଲେ ।
ଯୋଡ଼ା: ମେଡ଼ିକାଲରେ ରୋଗୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଘରୋଇ ହସ୍ପିଟାଲ ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । କାଲି ଅସୁସ୍ଥ ହେବାରୁ ମେଡ଼ିକାଲ ଆସିଥିଲେ ।
ମୃତ ମହିଳା 7 ନଂ ୱାର୍ଡର ଚିକିତ୍ସିତ ହେଉଥିଲେ । ତେବେ ଏନେଇ ମେଡ଼ିକାଲରେ ଉତ୍ତେଜନା ଦେଖାଦେଇଛି । ମହିଳାଙ୍କ ଦେହର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । ହତ୍ୟା ସନ୍ଦେହ କରାଯାଉଥିବା ବେଳେ ଯୋଡ଼ା ପୋଲିସର ତଦନ୍ତ ଜାରି ରହିଛି ।