BREAKING: ଏଫଏମ୍ ଘଟଣା, ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ପାଇଁ ଲାଗିଲା କଟକଣା
ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଛି ।
କଟକ: ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ତାତି ଲାଗି ରହିଛି । ଏହାରି ଭିତରେ ରେଭେନ୍ସା କଲେଜ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଛି ।
ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ କଟକଣା। ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ ।
ରେଭେନ୍ସା ଆଣ୍ଟି ରାଗିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମହିଳାଙ୍କ କାର୍ଯ୍ୟ ଅବଧି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଧିବଦ୍ଧ ବିଜ୍ଞପ୍ତି ଆସିବା ପର୍ଯ୍ୟନ୍ତ ନିର୍ଦ୍ଦେଶ ହେବ କାର୍ଯ୍ୟକାରୀ ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।
ଏଫଏମ୍ କଲେଜ ଘଟଣା ପରେ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ।