ଆମେରିକା: ପୋଲିସ ଟ୍ରେନିଙ୍ଗ ସେଣ୍ଟରରେ ବଡ଼ ବିସ୍ଫୋରଣ। ଘଟଣାରେ ୩ ଜଣ ତାଲିମପ୍ରାପ୍ତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ବିସ୍ଫୋରଣର ମାଇଲ ମାଇଲ୍ ଦୂରରେ ଥିବା ଏକ SUV କ୍ରୁଜରର ଝରକା ଭାଙ୍ଗି ଯାଇଛି।
ବିସ୍ଫୋରଣଟି ଆମେରିକାର ଲସ୍ ଆଞ୍ଜେଲସ୍ରେ ହୋଇଥି ବା ଜଣାପଡିଛି। ଯେଉଁଥିରେ ଏପର୍ଯ୍ୟାନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମ ଶୁକ୍ରବାର ଭାରତୀୟ ସମୟ ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି।
ଏହି ଘଟଣା ଲସ୍ ଆଞ୍ଜେଲସ୍ କାଉଣ୍ଟି ସେରିଫ୍ ବିଭାଗର ତାଲିମ କେନ୍ଦ୍ରରେ ଘଟିଥିଲା। ଏଠାରେ ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିସ୍ଫୋରଣଟି ବମ୍ ସ୍କ୍ୱାଡ୍ର ଗାଡ଼ି ନିକଟରେ ହୋଇଥିଲା।
ବର୍ତ୍ତମାନ ଏହି ଘଟଣାକୁ ଏକ ଦୁର୍ଘଟଣା ଭାବରେ ତଦନ୍ତ କରାଯାଉଛି ଏବଂ ପୋଲିସ ବିସ୍ଫୋରଣର କାରଣ ଖୋଜିବାକୁ ଚେଷ୍ଟା କରୁଛି। ଦୁର୍ଘଟଣାଟି ଆମେରିକା ସମୟ ସକାଳ ପ୍ରାୟ ୭:୩୦ ସମୟରେ ଘଟିଥିଲା।
ଏହି ଦୁର୍ଘଟଣାରେ ମୃତବରଣ କରିଥିବା ଲୋକମାନେ ପୋଲିସ ବୋଲି ଜଣାପଡିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ତିନି ଜଣ ପୋଲିସ ବମ୍ ସ୍କ୍ୱାଡ୍ର ଅଂଶ ଥିଲେ।
ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ବୋମା ନିଷ୍କ୍ରିୟକାରୀ ଦଳର କର୍ମଚାରୀମାନେ ବିସ୍ଫୋରକ ନେଇ ଯାଉଥିଲେଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।
ତଥାପି ଏଜେନ୍ସିଗୁଡ଼ିକ ଦୁର୍ଘଟଣାର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସରକାରୀ ଭାବରେ ପ୍ରକାଶ କରାଯାଇ ନାହିଁ।