‘ମୁଁ ବିକ୍ରି ହୋଇଗଲି’, ଭାଇରାଲ ହେଲା ସବୁଠୁ ସଚ୍ଚୋଟ ଇସ୍ତଫା ପତ୍ର, ପଢିକି ହସି ହସି ଗଡ଼ିଯିବେ
ଏହି ରେଜିଗନେସନ ଲେଟର ଦେଖିଲେ, ହସି ହସି ଗଡିଯିବେ
ନୂଆଦିଲ୍ଲୀ: ଚାକିରି ସମସ୍ତଙ୍କ ପାଇଁ ଭଗବାନ ହୋଇଥାଆନ୍ତି। ସମସ୍ତେ ଏହି ଚାକିରି ପାଇଁ ପିଲାଦିନୁ ପରିଶ୍ରମ କରିଥାଆନ୍ତି, ଯେଉଁଥିରେ ସେମେନେ ଜୀବନ ସାରା ଚଳିପାରିବେ।
ସେହିପରି ଆଜିକାଲି ଯେଉଁମାନେ ଚାକିରି ଛାଡୁଛନ୍ତି, ସେମାନେ ରିଜାଇନ ଲେଟରରେ ଲମ୍ବା-ଚଉଡ଼ା ଲେଖି କମ୍ପାନୀକୁ ଛାଡୁଛନ୍ତି। କିନ୍ତୁ ବର୍ତ୍ତମାନ ଏକ ଏଭଳି ଇସ୍ତଫା ପତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଇଣ୍ଟରନେଟରେ ଖୁବ ରେଜିଗନେସନ ଲେଟର ମିଳୁଛି, ହେଲେ ବର୍ତ୍ତମାନ ଏହି ଇସ୍ତଫା ପତ୍ର ଖୁବ କମ ଏବଂ ସଚ୍ଚୋଟର କଥା ଲେଖାଯାଇଛି।
ଏହାକୁ ମୁମ୍ବାଇ ସ୍ଥିତ ବ୍ରାଣ୍ଡ ହିଂଗଲିସର ସଂସ୍ଥାପକ ଏବଂ ସିଇଓ ଶୁଭମ ଗୁଣେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡ-ଇନରେ ସେୟାର କରିଛନ୍ତି। ଏଥିରେ ଲୋକଙ୍କ ନଜର ପଡ଼ିଛି ଏବଂ ଏହା ଭାଇରାଲ ହେବାରେ ଲାଗିଛି।
ଏହି ଇସ୍ତଫା ପତ୍ରରେ ଲେଖାଥିଲା ଯେ, ମୁଁ ବିକ୍ରି ହୋଇଯାଇଛି। ସାମ୍ନାରେ ଥିବା କମ୍ପାନୀ ଚାରି ପଇସା ଅଧିକ ଦେଉଛି। ଯେଉଁ କାରଣରୁ ମୋତେ ଆପଣଙ୍କ କମ୍ପାନୀ ଛାଡ଼ିବାକୁ ପଡୁଛି। ଏହି ପୋଷ୍ଟକୁ ଦେଖି କମେଣ୍ଟ ସେକ୍ସନରେ ୟୁଜର୍ସ ଲାଇକ୍ ଏବଂ କମେଣ୍ଟ ବର୍ଷା କରିଛନ୍ତି।
ଏଠାରେ ଅନେକ ୟୁଜର୍ସ ଲେଖିଛନ୍ତି ଯେ, ବ୍ୟକ୍ତିଜଣକ ଉଚିତ୍ କଥାକୁ ସହଜରେ ଲେଖିଦେଇଛି। ଅନ୍ୟ ୟୁଜର୍ସ କମେଣ୍ଟ କରିଛନ୍ତି ଯେ, ଭାଇ ଏହା ଇସ୍ତଫା ଦେବାର କେଉଁ ଭଳି ଉପାୟ।