ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣିଦେଲା ପୁତୁରା, ଡବଲ୍ ମର୍ଡର ପରେ ଥାନାରେ ଆତ୍ମସମର୍ପଣ
ପଥୁରି ଗାଁରେ ଡବଲ୍ ମର୍ଡର ।
ଭୁବନେଶ୍ବର: ପଦ୍ମପୁରରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି ।
ପଦ୍ମପୁର ପଥୁରି ଗାଁରେ ଏହି ଡବଲ ମର୍ଡର ହୋଇଛି । ତେବେ ଅନ୍ୟ କେହି ନୁହେଁ ନିଜ ପୁତୁରା ହିଁ ଏହି କାଣ୍ଡ ଭିଆଇଛି । ଘରେ ପଶି ଦୁଇଜଣଙ୍କୁ ହତ୍ୟା କରିଛି ।
ତେବେ ଆକ୍ରମଣରେ ଦାଦା ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଡବଲ୍ ମର୍ଡର ପରେ ଥାନାରେ ଅଭିଯୁକ୍ତ ପୁତୁରା ଯାଇ ଆତ୍ମସମର୍ପଣ କରିଛି । କିନ୍ତୁ କେଉଁ କାରଣ ପାଇଁ ପୁତୁରା ଏଭଳି କାଣ୍ଡ ଭିଆଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।
ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।