କୋଟିପତି ଜଙ୍ଗଲ ବାବୁ ରାମଚନ୍ଦ୍ର ନେପାକ ଗିରଫ, ସମ୍ପତ୍ତିି ଦେଖି ତାଜୁବ ଅଧିକାରୀ

ଘରୁ ୧ କୋଟି ୪୩ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ। ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ମିଳିଥିଲା।

ଜୟପୁର: କୋଟିପତି ଡେପୁଟି ରେଞ୍ଜରଙ୍କୁ ବାନ୍ଧିଲା ପୋଲିସ। ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଗିରଫ କରିଛି ପୋଲିସ। ଆୟବର୍ହିଭୂତ ସମ୍ପତ୍ତିି ମଠୁଳ ଅଭିଯୋଗରେ ବାନ୍ଧିଛି ପୋଲିସ।

ଘରୁ ୧ କୋଟି ୪୩ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ। ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ମିଳିଥିଲା। ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା।

ଆୟବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଏକକାଳୀନ ୬ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ।

ଜୟପୁରର ପୈତୃକ ଜମି, ଆପାର୍ଟମେଣ୍ଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ଭାଇ ଘର ସମେତ ତାଙ୍କ ଅଫିସରେ ରେଡ କରିଥିଲେ ଅଧିକାରୀ ।

ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୫ଇନ୍ସପେକ୍ଟର, ୯ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ । ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରି ଏବେ ଡେପୁଟି ରେଞ୍ଜର ହୋଇଥିବା ରାମଚନ୍ଦ୍ର ନେପାକଙ୍କ ସମ୍ପିତ୍ତି ଦେଖି ତାଜୁବ ହୋଇଥିଲେ ଅଧିକାରୀ ।

ଏତେ ପରିମାଣରେ ଟଙ୍କା ବାହାରିବା ପରେ ୨ଟି ଟଙ୍କାଗଣା ମେସିନ ମଗାଯାଇଥିଲା। ଆଜି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ନେପାକଙ୍କୁ ଗିରଫ କରାଯାଇଛି।