ଜଣା ନାହିଁ ବୟସ, ଦ୍ୱିତୀୟ ଥର ଗର୍ଭବତୀ ଥିଲେ ମହିଳା, ଡାକ୍ତରଙ୍କୁ କହିଲେ ଏମିତି… ସ୍ୱାମୀକୁ ହୋଇଗଲା ଜେଲ
ଏକ ସ୍ୱାସ୍ଥ୍ୟ ପରୀକ୍ଷା ପତ୍ନୀ କରିଦେଲେ ଭୁଲ, ଯାହା ପାଇଁ ସ୍ୱାମୀକୁ ହୋଇଗଲା ଜେଲ।
ନୂଆଦିଲ୍ଲୀ: ପାଞ୍ଚ ବର୍ଷର ହସ ଖୁସିର ବୈବାହିକ ଜୀବନ। ଗୋଟେ ସନ୍ତାନ ଅଛି ଦ୍ୱିତୀୟ ସନ୍ତାନ ଆସିବାକୁ ପରିବାରରେ ଖୁସିର ମାହଲ। ଏହି ଯୁବ ଦମ୍ପତିଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା।
ପରିବାରରେ ଆଉ ଏକ ଖୁସି ଆସିବାକୁ ଥିଲା। ଦ୍ୱିତୀୟ ସନ୍ତାନର ସୁରକ୍ଷିତ ଅଛି କି ନାହିଁ ଜାଣିବାକୁ ସ୍ୱାମୀ ଏବଂ ସ୍ତ୍ରୀ ଡାକ୍ତରଙ୍କ ପାଖକୁ ଚେକଅପ୍ ପାଇଁ ନେଇଥିଲେ।
କିନ୍ତୁ, ଏକ ସ୍ୱାସ୍ଥ୍ୟ ପରୀକ୍ଷା ପତ୍ନୀ କରିଦେଲେ ଭୁଲ, ଯାହା ପାଇଁ ସ୍ୱାମୀକୁ ହୋଇଗଲା ଜେଲ।
ଯୁବକ ଜଣକ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଯେତେବେଳେ ନାବାଳିକା ଝିଅଟିକୁ ପରୀକ୍ଷା କରୁଥିଲେ, ଯିଏକି ଜଣେ ମା’, ସେ ତାଙ୍କ ବୟସ ପଚାରିଲେ।
ପାଠ ପଢ଼ି ନଥିବାରୁ ସେ ତାଙ୍କର ପ୍ରକୃତ ବୟସ କହିପାରିଲେ ନାହିଁ। ଡାକ୍ତର ସନ୍ଦେହ କଲେ ଏବଂ ଯେତେବେଳେ ସେ କାଗଜପତ୍ର ଦେଖିଲେ, ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପାଞ୍ଚ ବର୍ଷ ବିବାହିତ ଏବଂ ଦ୍ୱିତୀୟ ଥର ପାଇଁ ମା’ ହୋଇଥିବା ମହିଳା ଜଣକ ମାତ୍ର ୧୭ ବର୍ଷ ବର୍ଷର ଥିଲେ।
ଡାକ୍ତର ସତ୍ୟ ଜାଣିବା ମାତ୍ରେ, ସେ ତୁରନ୍ତ ବିଳମ୍ବ ନକରି ପୋଲିସ ଏବଂ ସମାଜ କଲ୍ୟାଣ ବିଭାଗକୁ ସୂଚନା ଦେଇଥିଲେ। ଯେହେତୁ ପୋସକୋ ଆଇନ ଅନୁଯାୟୀ ଜଣେ ନାବାଳିକା ଝିଅ ସହିତ ଯୌନ ସମ୍ପର୍କ ରଖିବା ଏକ ଗମ୍ଭୀର ଅପରାଧ, ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା।
ଭାଗ୍ୟର ଖେଳ ଏତେ ଅଦ୍ଭୁତ ଥିଲା ଯେ ସ୍ୱାମୀ ସହିତ ଏକ ସୁଖୀ ଜୀବନର ସ୍ୱପ୍ନ ଦେଖୁଥିବା ସ୍ତ୍ରୀକୁ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନର ସିଡ଼ି ଚଢ଼ିବାକୁ ପଡିଲା।
ଗୋଟିଏ ପଟେ ସ୍ୱାମୀଙ୍କ ପ୍ରେମ, ଅନ୍ୟପଟେ ଗର୍ଭରେ ଥିବା ପିଲା ଏବଂ ସାମ୍ନାରେ ଆଇନ ଥିଲା। ଯୁବତୀ ମା’ ଏହି ଚକ୍ରବ୍ୟୁହରେ ଫସିଗଲେ ଏବଂ ତାଙ୍କ ଅବସ୍ଥା ଦୟନୀୟ ହୋଇଗଲା।
ଡାକ୍ତରଙ୍କ ଅନୁଯାୟୀ, ତାଙ୍କ ବୟସ କମ୍ ଥିବାରୁ ତାଙ୍କ ଏବଂ ତାଙ୍କ ପିଲାର ଜୀବନ ବିପଦରେ ପଡ଼ିଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।