ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା; ରାକ୍ଷୀ ପୂର୍ଣ୍ଣିମାରେ ସରକାର ଦେବେ ୩ୟ କିସ୍ତି, ଏହି ସମୟରେ ଆସିବ ଟଙ୍କା
ଖୁସି ଖବର । ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ସରକାର ଦେବେ ୩ୟ କିସ୍ତି । ଜାଣନ୍ତୁ କେଉଁ ସମୟରେ ଆସିବ ଟଙ୍କା ।
ଭୁବନେଶ୍ବର: ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଆଉ ମାତ୍ର ଗୋଟିଏ ଦିନ ବାକି । ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କରିଡା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି ।
ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ ଅର୍ଥାତ ଶନିବାର ଦିନ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ମିଳିବ । ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି ।
ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଗତ କିଛି ଦିନ ହେବ ସୁଭଦ୍ରା ପୋର୍ଟାଲ ଖୋଲୁନଥିବାରୁ କୋତୋକ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରୁନାହାନ୍ତି ।
ତେବେ ଏବେ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ୱେବ୍ସାଇଟକୁ ଯାଇ ଏହାର କାରଣ ଜାଣିପାରିବେ । ସୁଭଦ୍ରା ପୋର୍ଟାଲରେ ଏ ନେଇ ନୂଆ ଫିଚର ଆସିଛି ।
ଜନସେବା କେନ୍ଦ୍ରରେ ବି ଏ ନେଇ ପାଇପାରିବେ ତଥ୍ୟ । ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ତଥ୍ୟ ମେଳ ଖାଉନଥିଲେ ସୁଭଦ୍ରା ଆବେଦନ ଖାରଜ ହୋଇଯିବ । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭୁଲ ଆଧାର ତଥ୍ୟ ଦିଆଯାଇଥିବ ତେବେ ଆବେଦନ ରିଜେକ୍ଟ ହୋଇଯିବ ।
ସେହିଭଳି ଅନେକ ହିତାଧିକାରୀଙ୍କ E-KYC ହୋଇନଥିବାରୁ ସେମାନେ ବି ସୁଭଦ୍ରା ତାଲିକାରୁ ବାଦ୍ ପଡିଛନ୍ତି । ଅଯୋଗ୍ୟ ତାଲିକାରେ ସେମାନଙ୍କ ନାଁ ରହିଛି । ବିସ୍ତୃତ ତଥ୍ୟ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ପାଇପାରିବେ ହିତାଧିକାରୀ ।
କେବଳ ସେତିକି ନୁହେଁ ନାଁ କିମ୍ବା ଅନ୍ୟ ତଥ୍ୟ ମେଳ ଖାଉନଥିଲେ ବି ସୁଭଦ୍ରା ତାଲିକାରୁ ଅଯୋଗ୍ୟ ଘୋଷିତ ହେବେ । ଆଉ ବଡ କଥା ହେଉଛି ତଥ୍ୟ ସଂଶୋଧନ କଲା ପରେ ପୁନଶ୍ଚ ଆବେଦନ କରି ସୁଭଦ୍ରା ଟଙ୍କା ପାଇପାରିବେ ।