ଗୋଟେ ପରେ ଗୋଟେ ୨୦ରୁ ଅଧିକ ବଗି ହେଲା ଲାଇନଚ୍ୟୁତ, ବନ୍ଦେଭାରତ ଏକ୍ସପ୍ରେସ୍ ବାତିଲ୍

ପୁଣି ଟ୍ରେନ୍ ଦୁର୍ଘଟଣା। ଲାଇନରୁ ବାହାରି ତଳକୁ ଖସିଗଲା ୨୦ରୁ ଅଧିକ କୋଚ୍।

ଝାଡ଼ଖଣ୍ଡ: ପୁଣି ଲାଇନଚ୍ୟୁତ ହେଲା ଟ୍ରେନ୍।  ଗୋଟେ ପରେ ଗୋଟେ ପଛକୁ ପଛ ୨୦ଟି ବଗି ହେଲା ଲାଇନଚ୍ୟୁତ। ଟ୍ରେନ୍ ଚଳାଚଳ ପ୍ରଭାବତି। ଗଡିପାରୁନି ବନ୍ଦେ ଭାରତ ଏକ୍ସପ୍ରେସ୍।

ଶନିବାର ଦିନ ଭୋରୁ ଭୋରୁ ଝାଡ଼ଖଣ୍ଡର ସେରାଇକେଲା-ଖରସାୱାନ ଜିଲ୍ଲାର ଚାଣ୍ଡିଲ ନିକଟରେ ଏକ ମାଲବାହୀ ଟ୍ରେନର ୨୦ରୁ ଅଧିକ କୋଚ୍ ଲାଇନଚ୍ୟୁତ ହୋଇଥିବା ସୂଟନା ମିଳିଛି।

ଏହା ଯୋଗୁଁ ଦକ୍ଷିଣ ପୂର୍ବ ରେଳବାଇର ଚାଣ୍ଡିଲ-ଟାଟାନଗର ସେକ୍ସନ ମଧ୍ୟରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ଏ ବିଷୟରେ ଅଧିକ ସୂଚନା ଦେଇ ରେଳବାଇ ଅଧିକାରୀ କହିଛନ୍ତି ଯେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଘଟଣାରେ କୌଣସି କ୍ଷତି ହୋଇଥିବାର ରିପୋର୍ଟ ଆସିନାହିଁ।

ଟ୍ରେନ୍ ସେବା ପ୍ରଭାବିତ: ବରିଷ୍ଠ ଡିଭିଜନାଲ୍ କମର୍ସିଆଲ୍ ମ୍ୟାନେଜର ବିକାଶ କୁମାର କହିଛନ୍ତି ଯେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁଁ ଚାଣ୍ଡିଲ ପାଖରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଟ୍ରେନ୍ ସେବା ପୁନରୁଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି।

 ବନ୍ଦେ ଭାରତ ବାତିଲ: ବରିଷ୍ଠ ଡିଭିଜନାଲ କମର୍ସିଆଲ୍ ମ୍ୟାନେଜର କହିଛନ୍ତି ଯେ ଅନେକ ଟ୍ରେନକୁ ଡାଇଭର୍ଟ କରାଯାଇଛି କିମ୍ବା ମଝି ରାସ୍ତାରେ ଅଟକାଯାଇଛି ଅଥବା ବାତିଲ କରାଯାଇଛି।

ସେ କହିଛନ୍ତି ଯେ ୨୦୮୯୪ ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, ୨୮୧୮୧ ଟାଟାନଗର-କାଟିହାର ଏକ୍ସପ୍ରେସ, ୨୮୧୮୨ କଟିହାର-ଟାଟାନଗର ଏକ୍ସପ୍ରେସକୁ ବାତିଲ କରାଯାଇଛି।