ରାକ୍ଷୀ ପୂର୍ଣ୍ଣିମାରେ ରାଜଧାନୀ ଦିଲ୍ଲୀରେ ଟ୍ରିପଲ୍ ମର୍ଡର: ସ୍ତ୍ରୀ, ୨ ଝିଅଙ୍କୁ ଜୀବନରୁ ମାରି ଲମ୍ପଟ ବାପା ଫେରାର୍

ନୂଆଦିଲ୍ଲୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ସାରା ଦେଶ ମନଉଥିବାବେଳେ ରାଜଧାନୀ ଦିଲ୍ଲୀ କରୱାଲ ନଗରରୁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି ।ଜଣେ ବ୍ୟକ୍ତି ତାଙ୍କ ୨ କୁନି ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାର ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ।

ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ମୃତ ମହିଳାଙ୍କ ନାମ ଜୟଶ୍ରୀ ହୋଇଥିବାବେଳେ ଦୁଇ ଝିଅଙ୍କ ବୟସ ୫ ଏବଂ ୭ ବର୍ଷ ବୋଲି କୁହାଯାଉଛି ।

ପାରିବାରିକ କଳହରୁ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଅଭିଯୁକ୍ତ ପ୍ରଦୀପ ଏହି ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି ।

ଏଭଳି ଏକ ଟଅିପଲ ମର୍ଡର ଘଟିଥିଲା ସାଉଥ୍ ଦିଲ୍ଲୀର ନେବ ସରାଇରେ । ଯେଉଁଠାରେ ଅଭିଯୁକ୍ତ ବାପା, ମା ଏବଂ ଭଉଣୀଙ୍କୁ ହତ୍ୟା କରିଥିଲା । ଅଭିଭାବକ ସମସ୍ତ ସମ୍ପତି ଭଉଣୀ ନାଁରେ କରିବାକୁ ନେଇ ଅର୍ଜୁନ ଏହି ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି ।