ମିଠା ଖାଇ ପେଟ ଗଡ଼ବଡ଼ ହୋଇଯାଇଛି କି? ତୁରନ୍ତ କରନ୍ତୁ ଏହି କାମ, ନଚେତ…

ରକ୍ଷା ବନ୍ଧନରେ ମିଠା ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ପରେ କରନ୍ତୁ ଏହି କାମ

ଓଡିଶା ଭାସ୍କର: ରକ୍ଷା ବନ୍ଧନ ପ୍ରତି ବର୍ଷ ବହୁତ ଉତ୍ସାହର ସହ ପାଳନ କରାଯାଇଥାଏ। ଏହି ଦିନ ମିଠା ଦୋକାନରେ ବିଶେଷକରି ବହୁତ ଭିଡ ଦେଖିବାକୁ ମିଳିଥାଏ। ଭଉଣୀମାନେ ଏହି ଦିନରେ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଏବଂ ଭାଇମାନେ ସେମାନଙ୍କୁ ଉପହାର ଦେଇ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାନ୍ତି।

ଏହା ସହିତ, ପରିବାରର ସମସ୍ତ ସଦସ୍ୟ ଏକାଠି ଏହି ଦିନକୁ ପାଳନ କରନ୍ତି। ଘରେ ଢେର ସାରା ମିଠା ପିଠା ମଧ୍ୟ ପ୍ରସ୍ତୁତ କରାଯାଏ। ତେବେ ଅତ୍ୟଧିକ ମିଠା ଖାଇବା ଯୋଗୁଁ ଏସିଡିଟି ଏବଂ ପେଟ ଫୁଲିବା ଭଳି ସାଧାରଣ ସମସ୍ୟା ଦେଖାଦେଇଥାଏ।

କିନ୍ତୁ କିଛି ଏଭଳି ଟିପ୍ସ ଅଛି ଯାହାକୁ ଅନୁସରଣ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ତେବେ ଆସନ୍ତୁ ଜାଣିବା ସେସବୁ କଣ। ପ୍ରଥମତଃ ଯଦି ଆପଣ ଅତ୍ୟଧିକ ମିଠା ଏବଂ ମସଲାଯୁକ୍ତ ଖାଦ୍ୟ ଖାଇଛନ୍ତି ତେବେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ ବରଂ କିଛି ସମୟ ପାଇଁ ଚାଲନ୍ତୁ। ଯାହା ଦ୍ୱାରା ଏହି ସବୁ ଖାଦ୍ୟ ହଜମ ହୋଇଯିବ।

ଦ୍ୱିତୀୟତଃ, ଦିନସାରା ପ୍ରଚୁର ପାଣି ପିଅନ୍ତୁ। କିନ୍ତୁ ଖାଦ୍ୟ ଖାଇବା ସମୟରେ କିମ୍ବା ତା’ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ତୃତୀୟତଃ, ସାରା ଦିନ ହାଲୁକା ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଯାହା ଦ୍ୱାରା ପେଟକୁ ବିଶ୍ରାମ ମିଳିବ।

ଚତୁର୍ଥତଃ, ଦହି କିମ୍ବା ବଟର ମିଲ୍କ ସେବନ କରନ୍ତୁ, ଏହା ପେଟର ଗ୍ୟାସ୍ କମ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ, ଉଷୁମ ପାଣି କିମ୍ବା ଅଦା ମିଶା ନାଲି ଚା ପିଅନ୍ତୁ। ଯାହାଦ୍ୱାରା ଏସିଡିଟି ଓ ଗ୍ୟାସରୁ ମୁକ୍ତି ମିଳିଥାଏ।