ରାଗିଗଲେ ମୁଖ୍ୟମନ୍ତ୍ରୀ: “ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ…ସାହାଯ୍ୟ ପାଇଁ ଆସିଛ ସାହାଯ୍ୟ ପାଇବ”

ଭୁବନେଶ୍ୱର: ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବାବେଳେ ଏ ଘଟଣା ସାମ୍ନାକୁ ଆସିଛି ।

ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଶୁଣାଇବା ବେଳେ ଆତ୍ମହତ୍ୟା କରିବା କଥା କହିଥିଲେ । ଯାହା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ହଠାତ୍ ରାଗିଯାଇଥିଲେ ।

ଆତ୍ମହତ୍ୟା ଶବ୍ଦ କ’ଣ ପାଇଁ ବ୍ୟବହାର କଲ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଅଭିଯୋଗ କରିବାକୁ ଆସି କାହିଁକି ଏପରି କହିଲ ବୋଲି ପଚାରିଲେ । ଯଦି ଆପଣଙ୍କ ଦାବି ଯଥାର୍ଥ ଥିବ, ତାହେଲେ ହକ୍ ନିଶ୍ଚୟ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଜଗବନ୍ଧୁଙ୍କୁ କହିଥିଲେ ।

ସେପଟେ ରାଜ୍ୟରେ ଆତ୍ମହତ୍ୟା ମାମଲା ବଢ଼ିବା କାରଣରୁ ରାଜ୍ୟ ସରକାର ଛନ୍ଦି ହୋଇ ପଡ଼ିଛନ୍ତି । ବିରୋଧୀ ସରକାରଙ୍କୁ ଖେରିଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଚିନ୍ତାରେ ଥିବାବେଳେ ଅଭିଯୋଗ ପ୍ରକୋଷ୍ଠରେ ଆତ୍ମହତ୍ୟା କଥା ଶୁଣି ସେ ଚିଡ଼ି ଯାଇଥିବା ଦେଖିବାକୁ ମିଳିଛି ।