OTET ପ୍ରଶ୍ନପତ୍ର ଲିକ୍ ମାମଲା, ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ମାମଲା। ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ୨ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଦେଇଥିଲେ ଅନୁମତି।

ଆଜି ସେମାନଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ଚୌଦ୍ୱାର ଜେଲରୁ ଆଣି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ କରାଗଲା ଜେରା।

ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି-୨୦୨୫। ହେଲେ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବେ ବାତିଲ କରାଯାଇଥିଲା । ଆଉ ଏଭଳି କରିବାର କାରଣ ଥିଲା ପ୍ରଶ୍ନପତ୍ର ଲିକ୍ ହେବା।

ତେବେ ଏହି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଥମେ ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା।

ଏହାପରେ ଶିକ୍ଷକ ପ୍ରଶାନ୍ତ ଖମାରିଙ୍କୁ ମଧ୍ୟ ଗିରଫ କରିଥିଲା। ଆଉ ଏହିକ୍ରମରେ ରବିବାର ବୋର୍ଡର ସଭାପତି ଓ ଉପସଭାପତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।