ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ, କଟକ ଯିବେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କେନ୍ଦୁଝର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେବ କରିବେ ପତାକା ଉତ୍ତୋଳନ । କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗିରରେ ରବି ନାୟକ, କଳାହାଣ୍ଡିରେ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ କୃଷ୍ଣଚନ୍ଦ୍ର ପାତ୍ର କରିବେ ପତାକା ଉତ୍ତୋଳନ ।

ସ୍ୱାଧିନତା ଦିବସ ପାଇଁ ଭୁବନେଶ୍ୱରେ ବ୍ୟପାକ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିଦିଆଯାଇଛି ।