ବୈଭବ ଖେଳିବେ ଏସିଆ କପ! ବିସିସିଆଇର କଲ, ଆରମ୍ଭ କଲେଣି କଠିନ ଟ୍ରେନିଂ
ବୈଭବ ଖେଳିବେ ଏସିଆ କପ! ବିସିସିଆଇର କଲ, ଆରମ୍ଭ କଲେଣି କଠିନ ଟ୍ରେନିଂ
ଓଡିଶା ଭାସ୍କର: ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ 2025 ରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର 14 ବର୍ଷ ବୟସରେ ସେ ଇଂଲଣ୍ଡ ଗସ୍ତରେ ମଧ୍ୟ ଭାରତୀୟ ଅଣ୍ଡର-19 ଦଳ ପକ୍ଷରୁ ଚମକିଥିଲେ । ଦୁର୍ଦ୍ଦଶ ବ୍ୟାଟର ବୈଭବଙ୍କ ବ୍ୟାଟରୁ ଲଗାତାର ଭାବରେ ରନର ବର୍ଷା ହେଉଛି ।
ଏହିକ୍ରମରେ ଭାରତୀୟ କ୍ରିକେଟ କଣ୍ଡ୍ରୋଲ ବୋର୍ଡ ବା ବିସିସିଆଇ ପକ୍ଷରୁ ତାଙ୍କ ପାଖକୁ କଲ ଆସିଛି । ତାଙ୍କୁ ତୁରନ୍ତ ବେଙ୍ଗାଲୁରୁ ଡକରା ପଡିଛି । ସେ 10 ତାରିଖରେ ଜାତୀୟ କ୍ରିକେଟ ଏକାଡେମୀରେ ମଧ୍ୟ ପହଞ୍ଚି ସାରିଛନ୍ତି ।
କାହିଁକି ବିସିସିଆଇ ବୈଭବଙ୍କୁ କରିଛି କଲ: ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନିଂ ଦେବ । ଯେଉଁଥିରେ ବ୍ୟାଟିଂ ସହ ମ୍ୟାଚର ଭୀଷଣ ପ୍ରତିକୂଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କୌଶଳ ସେ ଶିଖିବେ । ବୈଭବଙ୍କ କୋଚ ମନୀଷ ଓଝା କହିଛନ୍ତି ଯେ, ବିସିସିଆଇ ବହୁ ସମୟରୁ ବରିଷ୍ଠ ଖେଳାଳିଙ୍କ ସ୍ଥାନ ପୂରଣ ପାଇଁ ବୈଭବଙ୍କୁ ତାଲିମ ଦେଇ ପ୍ରସ୍ତୁତ କରୁଛି ।
ପଢନ୍ତୁ ଅଧିକ ଖବର…
5 ବଲରେ ମ୍ୟାଚ ଶେଷ, 0 ରେ 7 ଜଣ ଆଉଟ୍, ଦିନିକିଆରେ କେବେ ଦେଖି ନ ଥିବେ ଏମିତି ମ୍ୟାଚ୍…
ବୈଭବ ସୂର୍ଯ୍ୟବଂଶୀଙ୍କ କୋଚ ଆହୁରି କହିଛନ୍ତି ଯେ ଟିମ୍ ଇଣ୍ଡିଆରୁ ଧୀରେ ଧୀରେ ବରିଷ୍ଠ ଖେଳାଳି ସନ୍ୟାସ ନେଉଛନ୍ତି । ଫଳରେ ବିସିସିଆଇ ବୈଭବଙ୍କ ଭଳି ଖେଳାଳିଙ୍କୁ ବାଛି ସ୍ୱତନ୍ତ୍ର ଟ୍ରେନିଂ ଦେଇ ଆଗାମୀ ପିଢ଼ି ପାଇଁ ପ୍ରସ୍ତୁତ କରୁଛି ।
ଏସିଆ କପ ଖେଳିବେ କି ବୈଭବ?
ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି ଏସିଆ କପ 2025 । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଏଯାଏଁ ଚୟନ କରାଯାଇ ନାହିଁ । ଏହା ପୂର୍ବରୁ ଦୁର୍ଦ୍ଦଶ ଯୁବ ବ୍ୟାଟରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଫଳରେ ଏମିତି ସମୟରେ ଆକଳନ କରାଯାଉଛି ଯେ, ବୈଭବଙ୍କୁ ମଧ୍ୟ ଏସିଆ କପରେ ସ୍ଥାନ ମିଳିପାରେ ।
ପ୍ରକାଶଥାଉ ଯେ, 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ 2025 ରେ ଆଇପିଏଲ ପଦାର୍ପଣ କରିଥିଲେ ଓ ସେ ଦ୍ରୁତତମ ଆଇପିଏଲ ଶତକ ଲଗାଇଥିବା ଭାରତୀୟ ଖେଳାଳି ହୋଇ ସାରା ବିଶ୍ୱରେ ଚମକିଥିଲେ ।