ବଲିଉଡର ୩ ଖାନ୍ ମାରିବେ ଫେଲ୍! ଘରେ ଚୋର ପଶିଥିବାର ଦେଖି ଏମିତି ଆକ୍ଟିଂ କଲେ ଅବସରପ୍ରାପ୍ତ ଜଜ୍

ଜଜଙ୍କ ଘରେ ପଶିଲେ ୨ ଚୋର । ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା ।

ଇନ୍ଦୋର: ସୋସିଆଲ ମିଡିଆରେ ଦିନ ପ୍ରତିଦିନ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଲୋକଙ୍କୁ ଚିନ୍ତାରେ ମଧ୍ୟ ପକାଇ ଦେଉଛି ।

ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କିଛି ଚୋର ଜଣେ ବିଚାରପତିଙ୍କ ଘରେ ପଶି ଚୋରି କରୁଥିବାର ନଜର ଆସୁଛନ୍ତି ।

୨ ଚୋରଙ୍କ ଭିତରୁ ଜଣେ ଘର ଭିତରେ ଜିନିେ ଖୋଜୁଥିବାବେଳେ ଆଉ ଜଣେ ଏକ ବାଡ଼ି ଧରି ଗଭୀର ନିଦରେ ଶୋଇଥିବା ବିଚାରପତିଙ୍କ ଖଟ ସାମ୍ନାରେ ଛିଡ଼ା ରହୁଛି ।

ଯଦି ବିଚାରପତି ଉଠି ଚିକ୍ରାର କରନ୍ତି, ସେ ତୁରନ୍ତ ତାଙ୍କ ଉପରକୁ ଆକ୍ରମଣ କରିବ । ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି ଜଜ୍ ଶୋଇଥିଲେ ବୋଲି ତାଙ୍କ ଜୀବନ ରକ୍ଷା ହେଲା । କିନ୍ତୁ କୁହାଯାଉଛି, ଚୋରଙ୍କୁ ଦେଖି ଅବସରପ୍ରାପ୍ତ ଜଜ୍ ଜାଣିଶୁଣି ଶୋଇ ରହିଥିଲେ ।