ଇନଷ୍ଟାଗ୍ରାମରେ ସାଙ୍ଗ, ଯୌନ ନିର୍ଯାତନା ଏବଂ ବ୍ଲାକମେଲିଂ.. ଯୁବତୀଙ୍କ ସହ ଏଭଳି କାଣ୍ଡ ପରେ ଅଭିଯୁକ୍ତ ଗିରଫ
ଯୁବତୀଙ୍କୁ ଏମିତି ନିର୍ଯାତନା ଦେଉଥିଲା ଯୁବକ, ଶେଷରେ ହେଲା ଗିରଫ
ନୂଆଦିଲ୍ଲୀ: ଗୁହ୍ୱାଟିରୁ ଅନଲାଇନରେ ସାଙ୍ଗ ନାଁରେ ଯୌନ ନିର୍ଯାତନା ଏବଂ ବ୍ଲାକମେଲିଂର ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଆସାମ ସିଆଇଡି ମଧ୍ୟ ପ୍ରଦେଶର ୨୬ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଗୁହ୍ୱାଟୀର ଜଣେ ନାବାଳିକାଙ୍କୁ ପ୍ରଥମେ ନିଜ ଫାଶରେ ପକାଇ, ତାକୁ ଭିଡିଓ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଦେଲା।
ପୋଲିସ ମୁତାବକ, ଅଭିଯୁକ୍ତ ୨୦୨୧ରେ ଇନଷ୍ଟାଗ୍ରାମରେ ଝିଅ ସହ ଯୋଗାଯୋଗରେ ଆସିଥିଲା। କଥାବର୍ତ୍ତା ଆଗକୁ ବଢି ଦୁହେଁ ସାଙ୍ଗ ହୋଇଥିଲେ। ମାର୍ଚ୍ଚ ୨୦୨୨ରେ ଅଭିଯୁକ୍ତ ଗୁହ୍ୱାଟୀ ଆସିଥିଲା।
ଏହି ସମୟରେ ସେ ଝିଅ ସହ ଦୁଷ୍କର୍ମ କରିଥିଲା ଏବଂ ତା’ର ଫଟୋ-ଭିଡିଓ କରିଥିଲା। ଏହି ମାଧ୍ୟମରେ ଝିଅକୁ ବ୍ଲାକମେଲ କରିବା ଆରମ୍ଭ କରିଦେଲା ଏବଂ ତାକୁ ଭିଡିଓ କଲରେ ଆସିବାକୁ ବାଧ୍ୟ କଲା।
ପୀଡ଼ିତା ମନା କରିବାରୁ ଅଭିଯୁକ୍ତ ଧମକ ଦେଇଥିଲା ଯେ, ତାଙ୍କ ଫଟୋ ଏବଂ ଭିଡିଓ ତାଙ୍କ ସାଙ୍ଗମାନଙ୍କୁ ଏବଂ ମାଆ ବାପାଙ୍କୁ ପଠାଇଦେବେ। ଏହାପରେ ୬ ଅଗଷ୍ଟ ୨୦୨୫ରେ ଝିଅର ବାପା ସିଆଇଡିର ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ।
ଏହି ଅଭିଯୋଗ ଆଧାରରେ ଯୁବକଙ୍କ ଉପରେ ବିଏନଏସ ଏବଂ ପୋସ୍କୋ ଆକ୍ଟର ସମ୍ବନ୍ଧୀୟ ଧାରା ଅନୁଯାୟୀ, ମାମଲା ରୁଜୁ କରାଗଲା।
ଯାଞ୍ଚ ସମୟରେ ଅଭିଯୁକ୍ତର ଲୋକେସନ ଟ୍ରାସ କରାଯାଇଥିଲା। ଏହାପରେ ୧୩ ଅଗଷ୍ଟ ୨୦୨୫ରେ ସିଆଇଡିର ଟିମ ଦେୱାସ ପହଞ୍ଚି ସେହି ଯୁବକକୁ ଗିରଫ କରିଛନ୍ତି।