ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ

ଜୁଆ ଆଡ୍ଡାରେ ରେଡ୍‌, ୧୪ ଗିରଫ

ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଠାରେ ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଧୁରୁଆଡିହୀ ଥନା ଫୁଟବଲ୍ ପଡ଼ିଆରେ ଥିବା ଜୁଆ ଆଡ୍ଡାରେ ରେଡ୍ ପଡ଼ିଛି।

ସୂଚନା ମୁତାବକ, ୨୧ଟି କାର୍‌, ୧୭ଟି ବାଇକ ସହ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଗିରଫ ଜୁଆଡ଼ି ଝାରସୁଗୁଡ଼ା ଓ ବାମରା ଅଞ୍ଚଳର ଜଣାପଡ଼ିଛି।