ଭୁବନେଶ୍ୱର: ଏଣିକି ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର। ଏବେ ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ।
ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ଦରକାର ହେଉଥିଲା ବଂଶାନୁକ୍ରମିକ ପ୍ରମାଣପତ୍ର। କିନ୍ତୁ ଏବେ ଏହା ଦରକାର ପଡିବ ନାହିଁ। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ସଚିବ।