୧୧୫ ମାସରେ ଟଙ୍କା ଡବଲ୍ କରିଦେବ ଏହି ସରକାରୀ ସ୍କିମ୍, ସୁଧ ଦର ସହ ଜାଣନ୍ତୁ ନିବେଶର ଉପାୟ
ଆପଣଙ୍କୁ ମାଲାମାଲ କରିଦେବ ଏହି ଯୋଜନା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଘର ଖର୍ଚ୍ଚ ବଢିବା ଏବଂ ସଞ୍ଚୟ ନ ହେଉଥିବା ମଧ୍ୟରେ ଅନେକ ଲୋକେ ଏପରି ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା ବହୁ ସମୟରୁ ଭରଷାଯୋଗ୍ୟ ରିଟର୍ଣ୍ଣ ଦେଉଛି।
ଏପରି ଏକ ବିକଳ୍ପ ଅଛି, କିଷାନ ବିକାଶ ପତ୍ର। ଏହି ସରକାରୀ ଯୋଜନା ପୋଷ୍ଟ ଅଫିସ ମାଧ୍ୟମରେ ଚଳାଯାଇଥାଏ। ଏଥିରେ ନିବେଶର ମୂଲ୍ୟ ହାରାହାରି ୧୧୫ ମାସରେ ଅର୍ଥାତ ୯ ବର୍ଷ ୭ ମାସରେ ଦୁଇଗୁଣା ହୋଇଯାଏ।
ଉଦାହରଣ ସ୍ୱରୂପ, ଯଦି ଆପଣ ୮,୦୦୦ ନିବେଶ କରୁଛନ୍ତି, ତେବେ ମାଚ୍ୟୁରିଟିରେ ଆପଣଙ୍କୁ ୧୬,୦୦୦ ମିଳିବ।
କିଷାନ ବିକାଶ ପତ୍ର ୧୯୮୮ରେ ଆରମ୍ଭ କରାଯାଇଥିଲା। ଏଥିରେ ଆପଣଙ୍କ ନିବେଶ ବର୍ଷ-ଦର-ବର୍ଷ ବଢିବ। କାରଣ ସୁଧ ପ୍ରତି ବର୍ଷ ମୂଳଧନରେ ଯୋଡ଼ିହୁଏ ଏବଂ ଆସନ୍ତା ବର୍ଷ ସେଥିରେ ମଧ୍ୟ ସୁଧ ଲାଗିଥାଏ।
କେମିତି କାମ କରେ ଏହି କିଷାନ ବିକାଶ ପତ୍ର:
ଯଦି ଆପଣ ୫୦୦୦ଟଙ୍କା ନିବେଶ କରୁଛନ୍ତି, ତେବେ ଏହା ଏହାର ବାର୍ଷିକ ସୁଧ ଦର ବଢିବ। ୧୧୫ ମାସ ସେଷରେ ଆପଣଙ୍କ ୫ ହଜାର ୧୦,୦୦୦ ହୋଇଯିବ।
ଏକ୍ସପର୍ଟଙ୍କ ଅନୁଯାୟୀ, କିଷାନ ବିକାଶ ପତ୍ର ଲମ୍ବା ଅବଧିରେ ସୁରକ୍ଷିତ ନିବେଶ ପାଇଁ ଏକ ଭରସାଯୋଗ୍ୟ ବିକଳ୍ପ। ଏହା କେବଳ ନିଶ୍ଚିତ ରିଟର୍ଣ୍ଣ ଦେଇନଥାଏ, ବରଂ ନିବେଶକଙ୍କୁ ଆର୍ଥିକ ସ୍ଥିରତା ଏବଂ ଉତ୍ତମ କ୍ୟାସ୍ ଫ୍ଲୋ ମ୍ୟାନେଜମେଣ୍ଟର ସୁଯୋଗ ମଧ୍ୟ ଦେଇଥାଏ।