‘ଧାନ ଛଡ଼ା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ’, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ’, କହିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ଧାନ ଛଡ଼ା ଅନ୍ୟ ଫସଲକୁ ବି ପ୍ରୋତ୍ସାହନ ମିଳିବ। ସରକାର ଏ ନେଇ ଯୋଜନା କରୁଛନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗୋଟିଏ ସମସ୍ୟାର ସମାଧାନ ହେଲେ ଆଉ ଗୋଟିଏ ଉପୁଜେ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ।
ସେ ଆହୁରି କହିଛନ୍ତି ଯେ, ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ ସହାୟତା ଦେଉଛନ୍ତି। ଯେଉଁମାନେ ଅନ୍ୟ ଚାଷ କରୁଥିଲେ ସେମାନେ ବି ଧାନ ଚାଷ କରୁଛନ୍ତି। ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହୋଇପାରେ।
ଏଥିପାଇଁ ଅନ୍ୟ ଫସଲକୁ କିପରି ପ୍ରୋତ୍ସାହନ ମିଳିବ ସେଥିପାଇଁ ଯୋଜନା କରୁଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।