ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ବିଷ ଖାଇ ପହଞ୍ଚିଲେ ବ୍ୟକ୍ତି, ତାଜୁବ ହୋଇଗଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଷ ପିଇ ଦେଲେ ଅବସରପ୍ରାପ୍ତ ସୈନିକ।

ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଷ ଖାଇଲେ ବ୍ୟକ୍ତି। ଗୋଟେପଟେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ CM। ଆଉ ସେହିସମୟରେ ନିଜର ଅଭିଯୋଗ ଜଣାଇବାକୁ ଆସିଥିବା ଜଣେ ବ୍ୟକ୍ତି ଜନଶୁଣାଣୀ ପ୍ରକୋଷ୍ଠ ଭିତରେ ହିଁ ବିଷ ଖାଇ ପହଞ୍ଚିଲେ।

ହଁ ଆଜ୍ଞା ଗୋଟେ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ପ୍ରସଙ୍ଗ ଉଷ୍ମ ହୋଇଥିବା ବେଳେ, ଅନ୍ୟପଟେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଜନତା ଦରବାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଏଠାରେ ଗାଜିଆବାଦର ଜଣେ ବ୍ୟକ୍ତି ବିଷ ଖାଇ ଜନତା ଦରବାରରେ ପହଞ୍ଚିଥିଲେ। ଏହି ବ୍ୟକ୍ତିଙ୍କ ନାମ ସତବୀର ଗୁର୍ଜର ବୋଲି କୁହାଯାଉଛି। ଏହି ବ୍ୟକ୍ତିଙ୍କ ବୟସ ୬୫ ବର୍ଷ ଏବଂ ସେ ଲୋନିର ସିରୌଲି ଗାଁର ବାସିନ୍ଦା।

ସୁରକ୍ଷା କର୍ମଚାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଜଣେ ଅବସରପ୍ରାପ୍ତ ସୈନିକ। ଜନତା ଦରବାରରେ ଉପସ୍ଥିତ ଅଧିକାରୀ ଏବଂ ସୁରକ୍ଷା କର୍ମୀମାନେ ଯେତେବେଳେ ଜାଣିବାକୁ ପାଇଲେ କି ସତବୀର ବିଷ ଖାଇ ସେଠାରେ ପହଞ୍ଚିଛନ୍ତି, ତୁରନ୍ତ ସେମାନେ ସକ୍ରିୟ ହୋଇପଡ଼ଥିଲା।

ସତବୀରଙ୍କୁ ତୁରନ୍ତ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସତବୀରଙ୍କ ଅବସ୍ଥା ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି। ହେଲେ ସେ କାହିଁକି ବିଷ ଖାଇଲେ, ଏବଂ ବିଷ ଖାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠକୁ କାହିଁକି ଗଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।