ଜିରୋ ଇନଭେଷ୍ଟମେଣ୍ଟରେ ଆରମ୍ଭ କରନ୍ତୁ ଏହି ୫ଟି ବିଜନେସ୍, ଜାଣନ୍ତୁ ଘରେ ବସି କେମିତି ରୋଜଗାର କରିବେ ଟଙ୍କା
କିଛି ଟଙ୍କା ଇନଭେଷ୍ଟ ନ କରି କେମିତି ରୋଜଗାର କରିବେ ଟଙ୍କା, ଜାଣନ୍ତୁ ଉପାୟ
ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗରେ ଘରେ ବସି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି। ଯଦି ଆପଣଙ୍କ ପାଖେ ଏକ ଲ୍ୟାପଟପ୍, ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଅଛି, ତେବେ ଆପଣ ଟଙ୍କା ଆରାମରେ ରୋଜଗାର କରିପାରିବେ।
କଣ୍ଟେଣ୍ଟ ରାଇଟିଂ, ଗ୍ରାଫିକ ଡିଜାଇନିଂ, ଡିଜିଟାଲ ମାର୍କେଟିଂ, ଭିଡିଓ ଏଡିଟିଙ୍ଗ, ଟ୍ରାନ୍ସଲେସନ ବା କୋଡିଂ ଭଳି ସ୍କିଲର ଡିମାଣ୍ଡ ଲଗାତାର ବଢିବାରେ ଲାଗିଛି। ଅନେକ ଅନଲାଇନ ପ୍ଲାଟଫର୍ମ ଏଭଳି ଅଛି, ଯେଉଁଠି ଆପଣ ସିଧା କ୍ଲାଇଟ୍ସ ସହ ଜଡ଼ିତ ପ୍ରୋଜେକ୍ଟ ନେଇପାରିବେ ଏବଂ କାମ କରି ଟଙ୍କା ରୋଜଗାର କରିପାରିବେ।
ତେବେ ଆସନ୍ତୁ ଜାଣିବା କେଉଁ ୫ଟି ବିଜନେସ୍ ଆପଣ ଗୋଟିଏ ବି ଟଙ୍କା ଇନଭେଷ୍ଟମେଣ୍ଟ ନ କରି ଆରମ୍ଭ କରିପାରିବେ..
ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ: ଛୋଟ ବିଜନେସ୍ ଏବଂ ଷ୍ଟାର୍ଟଅପ୍ସଙ୍କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମ୍ୟାନେଜ କରିବା ପାଇଁ ଲୋକଙ୍କର ଆବଶ୍ୟକତା ପଡ଼ିଥାଏ।
ଯଦି ଆପଣଙ୍କୁ ପୋଷ୍ଟ କରିବା, ଫଲୋର୍ସ ବଢାଇବା ଏବଂ ଏନଗେଜମେଣ୍ଟ ବଢାଇବା ଆସୁଛି, ତେବେ ଏହା ଆପଣଙ୍କ ପାଇଁ ଉତ୍ତମ ରହିବ। ଏଥିରେ ଆପଣ ୫ ହଜାରରୁ ୫୦ ହଜାର ଟଙ୍କା ରୋଜଗାର କରିପାରିବେ।
ଏଫିଲିଏଟ ମାର୍କେଟିଂ: ଆମାଜନ, ଫ୍ଲିପକାର୍ଟ, ମିଶୋ ଏବଂ ହଟଷ୍ଟାର ଭଳି ପ୍ଲାଟଫର୍ମର ଏଫିଲିଏଟ ପ୍ରୋଗ୍ରାମ ସହ ଜଡ଼ିତ। କୌଣସି ପ୍ରଡକ୍ଟ ବା ସର୍ଭିସକୁ ପ୍ରମୋଟ କରି ସେଲ୍ସରେ କମିଶନ ପାଇପାରିବେ। ଏହାକୁ ଯଦି ଆପଣ ଠିକ୍ ଭାବେ କରିପାରିଲେ, ତେବେ ୫ ହଜାରରୁ ଆପଣ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ।
ଅନଲାଇନ ଟିଚିଂ: ଯଦି ଆପଣ କୌଣସି ବିଷୟ, ଭାଷା, ମ୍ୟୁଜିକ ବା ସ୍କିଲରେ ଏକ୍ସପର୍ଟ, ତେବେ Zoom, Google meet ଏବଂ skypeରେ ଆନଲାଇନ କ୍ଲାସ୍ ନେଇପାରିବେ। ଷ୍ଟୁଡେଣ୍ଟଙ୍କ ଫିଡବ୍ୟାକ୍ ଏବଂ ରେଫରେନ୍ସରେ ଇନକମ ବଢିଥାଏ। ଏଠାରେ ଆପଣ ସହଜରେ ୫ରୁ ୮୦ ହଜାର ଟଙ୍କା ରୋଜଗାର କରିପାରିବେ।
ବ୍ଲଗିଂ ଏବଂ ୟୁଟ୍ୟୁବ ଚ୍ୟାନେଲ: ଯଦି ଆପଣଙ୍କୁ କୌଣସି ଟପିକରେ ଜ୍ଞାନ ଅଛି, ତେବେ ଟ୍ରାଭେଲ, ଫୁଡ୍, ଏଜୁକେସନ, ଫ୍ୟାଶନ ବା ଟେକ୍ନୋଲୋଜୀରେ ଆପଣ ବ୍ଲଗ ବା ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିପାରିବେ।
ଆରମ୍ଭ ଏକ ଫ୍ରୀ ପ୍ଲାଟଫର୍ମରେ କରନ୍ତୁ ଏବଂ ପରେ ମନିଟାଇଜେସନ କରନ୍ତୁ। ଏଠାରେ ଆପଣ ଆଡ୍, ସ୍ପନସରସିପ ଏବଂ ଏଫିଲିଏଟ ମାର୍କେଟିଂ ମାଧ୍ୟନରେ ମାସକୁ ୧୦,୦୦୦ରୁ ୨ ଲକ୍ଷ ଟଙ୍କା ବା ଏଥିରୁ ଅଧିକ ରୋଜଗାର କରିପାରିବେ।
ଇନଷ୍ଟାଗ୍ରାମ ଏବଂ ଫେସବୁକରେ କଣ୍ଟେଣ୍ଟ କ୍ରିଏସନ: ଯଦି ଆପଣଙ୍କୁ ସର୍ଟ ଭିଡିଓ ବା ରିଲ୍ସ କରିବା ଭଲଭାବେ ଆସୁଛି, ତେବେ ସୋସିଆଲ ମିଡିଆରେ ଆପଣ ପର୍ସନାଲ ବ୍ରାଣ୍ଡିଂ କରନ୍ତି। ଥରେ ଫଲୋର୍ସ ବଢିଗଲେ ବ୍ରାଣ୍ଡ ଡିଲ ଏବଂ କୋଲାବୋରେସନରେ ଆପଣ ୫,୦୦୦ ଟଙ୍କାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ।