ପ୍ରସିଦ୍ଧ ପଞ୍ଜାବୀ ଅଭିନେତା ଜସବିନ୍ଦର ଭଲ୍ଲାଙ୍କ ପରଲୋକ, ସିନେମା ଜଗତରେ ଶୋକର ଲହରୀ

ପଞ୍ଜାବ କମେଡି କିଙ୍ଗଙ୍କ ପରଲୋକ ।

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଡକ୍ଟର ଜସବିନ୍ଦର ଭଲ୍ଲା ଦୀର୍ଘ ଅସୁସ୍ଥ ରହିଥିଲେ । ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 65 ବର୍ଷ ହୋଇଥିଲା ।

ତେବେ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କରାଯିବ । ମୋହାଲିରେ କମେଡି କିଙ୍ଗଙ୍କ ଅନ୍ତିମ ସଂସ୍କାର କରାଯିବ । ଶନିବାର ଦିନ ୧୨ଟାରେ ମୋହାଲି ନିକଟସ୍ଥ ବାଲୋଙ୍ଗି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଜସବିନ୍ଦର ଭଲ୍ଲା ଅନେକ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି । ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଜଣେ ହାସ୍ୟ ଅଭିନେତାର ଥିଲା।

ସୂଚନା ଅନୁଯାୟୀ, 65 ବର୍ଷୀୟ ଜସବିନ୍ଦର ଭଲ୍ଲା ବହୁତ ଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ଭଲ୍ଲା ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରୁଥିଲେ । ତାଙ୍କ ଅଭିନୟ ଦେଖି ଦର୍ଶକ ମନ ପ୍ରଫୁଲିତ କରୁଥିଲେ । ଏପରି ପରିସ୍ଥିତିରେ ତାଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କୁ ଏକ ଝଟକା ଦେଇଛି ।

ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଏବଂ ଚରିତ୍ର ଅଭିନେତା, ଭଲ୍ଲା ‘କ୍ୟାରି ଅନ୍ ଜଟ୍ଟା’, ‘ମହୌଲ ଠିକ ହୈ’, ‘ଜଟ୍ ଏୟାରୱେଜ୍’ ଏବଂ ‘ଜଟ୍ ଆଣ୍ଡ ଜୁଲିଏଟ୍ 2’ ଭଳି ପଞ୍ଜାବୀ ଚଳଚ୍ଚିତ୍ରରେ ତାଙ୍କର ଭୂମିକା ପାଇଁ ଜଣାଶୁଣା ଥିଲେ ।

ତାଙ୍କ ବିୟୋଗରେ ପଞ୍ଜାବୀ ସିନେମା ଏକ ମୂଲ୍ୟବାନ ତାରକାଙ୍କୁ ହରାଇଲା, ଏବଂ ତାଙ୍କର ମଜାଦାର ସ୍ମୃତି ସବୁବେଳେ ଦର୍ଶକଙ୍କ ହୃଦୟରେ ଜୀବିତ ରହିବ ।