ଏବେ ଟିଭି, ଫ୍ରିଜରୁ ହେବ ଡିଜିଟାଲ ପେମେଣ୍ଟ! ଏହି ତାରିଖରେ ଲଞ୍ଚ ହେବ UPI 3.0
ୟୁପିଆଇରେ ଖୁବଶୀଘ୍ର ହେବାକୁ ଏହି ପରିବର୍ତ୍ତନ, ଜାଣନ୍ତୁ
ନୂଆଦିଲ୍ଲୀ: ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ଏନପିସିଆଇ ଖୁବଶୀଘ୍ର ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ରିପୋର୍ଟ ମୁତାବକ, ଏନପିସିଆଇ ଖୁବଶୀଘ୍ର UPI 3.0ର ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତୁ ଜାଣିବା ଏହି ବିଷୟରେ..
UPI 3.0 ଆସିଲେ, କଣ ବଦଳିଯିବ: ଏନପିସିଆଇ ଖୁବଶୀଘ୍ର UPI 3.0ର ଆରମ୍ଭ କରିବାକୁ ଯାଉଛି। UPI 3.0 ଅନୁଯାୟୀ, ଆଇଓଟିର ଉପଯୋଗ କରାଯିବ।
Internet of thingsର ଅର୍ଥ ଆପଣଙ୍କ ଘରେ ଥିବା ସମସ୍ତ ସ୍ମାର୍ଟ ଡିଭାଇସ ପେମେଣ୍ଟ ପାଇଁ ଯୋଗ୍ୟ ହୋଇଯିବେ। ବର୍ତ୍ତମାନ ଆପଣଙ୍କୁ ପେମେଣ୍ଟ କରିବା ଲାଗି ସ୍ମାର୍ଟଫୋନର ଆବଶ୍ୟକତା ପଡ଼ିବନି।
ଏହି ନୂଆ ଫିଚର ଅନୁଯାୟୀ, ଆପଣଙ୍କୁ ୟୁପିଆଇ ଅଟୋ ପେ ଏବଂ ୟୁପିଆଇ ସର୍କଲର ମଧ୍ୟ ଅପସନ ମିଳିବ।
ଏହା ଅନୁଯାୟୀ, ଆପଣଙ୍କ ଘରେ ଥିବା ସ୍ମାର୍ଟ ଡିଭାଇସ ଆପଣ ନଥିବା ଅବସ୍ଥାରେ ମଧ୍ୟ ପେମେଣ୍ଟ କରିପାରିବେ। ଘରେ ଥିବା ସ୍ମାର୍ଟ ଟିଭି, ଫ୍ରିଜ, ୱାଶିଂ ମେଶିନ, ଗାଡ଼ି ଏବଂ ସ୍ମାର୍ଟ ୱାଚ୍ ସ୍ମାର୍ଟ ଦ୍ୱାରା ଆପଣଙ୍କ ପେମେଣ୍ଟ କରିହେବ।
କେବେ ଆରମ୍ଭ ହେବ UPI 3.0: ମିଡିଆ ରିପୋର୍ଟ ମୁତାବକ, UPI 3.0ର ଘୋଷଣା Global Fintech Fest 2025ରେ ଅକ୍ଟୋବର ଭିତରେ କରାଯାଇପାରେ।
ଏନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ। ସେହିପରି ଏହା ଅନୁଯାୟୀ, ୟୁଜର ଅନ୍ୟ ସ୍ମାର୍ଟ ଡିଭାଇସରେ ହେବାକୁ ଥିବା ଟ୍ରାଞ୍ଜାକ୍ସନରେ ଏକ ଲିମିଟ ମଧ୍ୟ ସେଟ୍ କରିପାରିବେ।