ଅଭିନେତ୍ରୀ ସହ ଡାକ୍ତର, ଅଭିନୟର ଯାଦୁରେ ଦର୍ଶକଙ୍କୁ କରିଛନ୍ତି ଦିୱାନା, ୨୩ ବର୍ଷ ବୟସରଙ୍କ ୩ ପିଲାଙ୍କ ମା’
୩ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ଏହି ନାୟିକା ଜଣକ ।
ମୁମ୍ବାଇ: ତାଙ୍କ ଅଭିନୟ ଜବରଦସ୍ତ। ଖାଲି ଅଭିନୟ ନୁହେଁ ପାଠ ପଢ଼ାରେ ମଧ୍ୟ ସେ ବେଶ ଉଚ୍ଚ କୋଟିର। ଅଭିନେତ୍ରୀ ସହ ସେ ଜଣେ ଡାକ୍ତର। ଏହା ସହ ସେ ଅନେକ ଫିଲ୍ମରେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ଦିୱାନା କରିଛନ୍ତି।
ଜଣେ ସୁନ୍ଦରୀ ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରୁଛନ୍ତି। କେବଳ ତାଙ୍କ ସୌନ୍ଦର୍ଯ୍ୟ ଓ ପ୍ରତିଭା ନୁହେଁ ବରଂ ସେ ତାଙ୍କର ଭଲ ହୃଦୟରେ ସମସ୍ତଙ୍କୁ ପ୍ରଭାବିତ କରୁଛନ୍ତି।
ତାଙ୍କର ଚମତ୍କାର ନୃତ୍ୟ ଓ ଜୀବନ୍ତ ଅଭିନୟ ଶୈଳୀରେ ତେଲୁଗୁ ଓ କନ୍ନଡ ଦର୍ଶକଙ୍କୁ ପାଗଳ କରୁଥିବା ଏହି ସୁନ୍ଦରୀ ମାତ୍ର ୨୩ ବର୍ଷ ବୟସରେ ତିନୋଟି ସନ୍ତାନର ମାଆ ହୋଇ ସାରିଛନ୍ତି।
ସେମାନେ ମଧ୍ୟ ତାଙ୍କର ନିଜ ସନ୍ତାନ ନୁହଁନ୍ତି, ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ଏହି ନାୟିକା ଜଣକ । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ବରଂ ହଟ୍ ଓ ସେକ୍ସି କୁଇନ ସୁନ୍ଦରୀ ଅଭିନେତ୍ରୀ ଶ୍ରୀଲୀଲା।
ଶ୍ରୀଲୀଲାଙ୍କ ଜନ୍ମ ୧୪ ଜୁନ୍ ୨୦୦୧ରେ ଆମେରିକାରେ ହୋଇଥିଲା। କିନ୍ତୁ, ସେ ବାଙ୍ଗାଲୋରରେ ବଢ଼ିଥିଲେ। ତାଙ୍କ ମାଆ ଡକ୍ଟର ସ୍ୱର୍ଣ୍ଣଲତା ବାଙ୍ଗାଲୋରର ଜଣେ ପ୍ରସିଦ୍ଧ ସ୍ତ୍ରୀରୋଗ ବିଶେଷଜ୍ଞ।
ଜଣାଯାଏ ଯେ ଶ୍ରୀଲୀଲାଙ୍କ ଜନ୍ମ ପରେ ସେ ବିଶିଷ୍ଟ ଶିଳ୍ପପତି ସୁରପାଣେନୀ ଶୁଭକର ରାଓଙ୍କ ଠାରୁ ଅଲଗା ହେବା ପରେ ହୋଇଥିଲା।
ତଥାପି ୨୦୨୧ ମସିହାରେ ଶୁଭକର ରାଓ ଏକ ପ୍ରେସ୍ ମିଟ୍ କରି ଗଣମାଧ୍ୟମକୁ ସେମାନଙ୍କ ନାମ ଯୋଡିବାକୁ ଅନୁରୋଧ କରିଥିଲେ। ଯାହା ସେତେବେଳେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଗୋଟିଏ ରକ୍ଷଣଶୀଳ ପରିବାରରୁ ଆସିଥିବା ସତ୍ତ୍ୱେ, ଶ୍ରୀଲୀଲା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ସେ ଏମବିବିଏସ୍ ପଢିବା ସମୟରେ ସିନେମା ଜଗତରେ ପାଦ ରଖିଥିଲେ। ୨୦୨୧ ମସିହାରେ ତାଙ୍କର ଡାକ୍ତରୀ ପାଠପଢ଼ା ମଧ୍ୟ ସମାପ୍ତ କରିଥିଲେ ଶ୍ରୀଲୀଲା।
ପିଲାଦିନରୁ ଭାରତନାଟ୍ୟମରେ ତାଲିମ ପାଇଥିବା ଶ୍ରୀଲୀଳା ୨୦୧୯ ମସିହାରେ କନ୍ନଡ ଚଳଚ୍ଚିତ୍ର ‘କିସ୍’ ମାଧ୍ୟମରେ ନାୟିକା ଭାବରେ ଡେବ୍ୟୁ କରିଥିଲେ। ଏହା ପରେ, ସେ ‘ଭାରତେ’ ଓ ‘ବାଇ ଟୁ ଲଭ୍’ ଭଳି କନ୍ନଡ ଚଳଚ୍ଚିତ୍ର କରିଥିଲେ।
ତେଲୁଗୁରେ, ସେ ‘ପେଲି ସନ୍ଧା ଡି’ ଚଳଚ୍ଚିତ୍ର ସହିତ ଏକ ଧମାକାଦାର ଏଣ୍ଟ୍ରି କରିଥିଲେ ଓ ଫ୍ୟାନମାନଙ୍କ ହୃଦୟ ଜିତିଥିଲେ।
ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ସେ ‘ଧମାକା’, ‘ସ୍କନ୍ଦ’, ଭଗବନ୍ତ କେଶରୀ, ଆଦିକେଶବ, ଏକ୍ସଟ୍ରାଅର୍ଡିନାରୀ ମ୍ୟାନ୍ ଓ ଗୁଣ୍ଟୁର କରମ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଚହଳ ସୃଷ୍ଟି କରିଛନ୍ତି।
ଫେବୃଆରୀ ୨୦୨୨ ରେ, ମାତ୍ର ୨୧ ବର୍ଷ ବୟସରେ, ସେ ଏକ ଅନାଥ ଆଶ୍ରମ ପରିଦର୍ଶନ କରିବା ସମୟରେ ଦୁଇ ଜଣ ପିଲା, ଗୁରୁ ଓ ଶୋଭିତାଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରି ତାଙ୍କର ବଡ଼ ହୃଦୟର ପରିଚୟ ଦେଇଛିଲେ।
ସେ ଇନଷ୍ଟାଗ୍ରାମରେ ତାଙ୍କ ଘରେ “ନୂଆ ସଦସ୍ୟ” ଭାବରେ ଆଉ ଗୋଟିଏ ପିଲାକୁ ପରିଚିତ କରାଇଛନ୍ତି। ସେହି ପିଲାମାନଙ୍କ ସହିତ ତାଙ୍କର ଭାବପ୍ରବଣ ସମ୍ପର୍କକୁ ଦେଖିଲେ ଜଣେ ମାଆ ଭାବରେ ସେ ତାଙ୍କର ଦାୟିତ୍ୱକୁ କେତେ ଗମ୍ଭୀରତାର ସହିତ ଗ୍ରହଣ କରନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡେ ।
‘ପୁଷ୍ପା ୨’ରେ ସେ ଆଇକନ୍ ଷ୍ଟାର ଆଲୁ ଅର୍ଜୁନଙ୍କ ସହିତ ‘କିସିକ୍’ ଭଳି ଏକ ଆଇଟମ୍ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ।
‘ଗୁଣ୍ଟୁର କରମ୍’ରେ ସୁପରଷ୍ଟାର ମହେଶ ବାବୁଙ୍କ ସହିତ ‘କୁର୍ଚି ମଦଥାପେଟ୍ଟି’ ଗୀତଟି ଥିଏଟରକୁ ହଲାଇ ଦେଇଥିଲା।
ପାରିଶ୍ରମିକ ଓ ଭବିଷ୍ୟତ ପ୍ରକଳ୍ପ ନେଇ ମଧ୍ଯ ଶ୍ରୀଲୀଳାଙ୍କ କ୍ରେଜ୍ ବର୍ତ୍ତମାନ ସାଧାରଣ ନୁହେଁ। ତାଙ୍କର ସମ୍ପତ୍ତି ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ପ୍ରତି ଘଣ୍ଟାରେ ୪ ଲକ୍ଷ ଟଙ୍କା ନେବା ସ୍ତରରୁ, ସେ ଏବେ ପ୍ରତି ଫିଲ୍ମ ପାଇଁ ୪ କୋଟି ଟଙ୍କା ନେବା ପର୍ଯ୍ୟନ୍ତ ପହଞ୍ଚିଛନ୍ତି।