ହଜିଯିବ ସ୍ମାର୍ଟଫୋନ, ଏଣିକି ଇଲେକ୍ଟ୍ରୋନିକ୍ସ ଟାଟୁ ନେବ ସ୍ମାର୍ଟଫୋନର ଜାଗା, କଣ ଏହି ଟାଟୁ, କେମିତି କରିବ କାମ…
ଆଗାମୀ ସମୟରେ ଏମିତି ସବୁ ଟେକ୍ନୋଲୋଜି ଆସିବାକୁ ଯାଉଛି ଯାହାପରେ ସ୍ମାର୍ଟଫୋନ ଯୁଗର ଅନ୍ତ ଘଟିବ । ଏକ ସମୟ ଥିଲା ଯେତେବେଳେ ଫୋନ୍ କେବଳ କଲ୍ କରିବା ପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସ୍ମାର୍ଟଫୋନର ଆବଶ୍ୟକତା ବହୁଗୁଣିତ ହୋଇଛି ।
ଓଡ଼ିଶା ଭାସ୍କର: ଆଉ ମାର୍କେଟରେ ବିକ୍ରି ହେବନି ସ୍ମାର୍ଟଫୋନ । କ’ଣ ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲେ କି? ହୁଏତ ଏକଥା ଶୁଣି ଆପଣଙ୍କ ମୁଣ୍ଡରେ ଚଡକ ପଡ଼ିବନି । ଯେଉଁ ସ୍ମାର୍ଟଫୋନ ବିନା ଆମେ ଏବେ ଘଡିଏ ବଞ୍ଚିପାରୁନେ କିଛି ବର୍ଷ ପରେ ଆଉ ସେ ସ୍ମାର୍ଟଫୋନ୍ ଦେଖିବାକୁ ବି ମିଳିବନି ।
ଆଗାମୀ ସମୟରେ ଏମିତି ସବୁ ଟେକ୍ନୋଲୋଜି ଆସିବାକୁ ଯାଉଛି ଯାହାପରେ ସ୍ମାର୍ଟଫୋନ ଯୁଗର ଅନ୍ତ ଘଟିବ । ଏକ ସମୟ ଥିଲା ଯେତେବେଳେ ଫୋନ୍ କେବଳ କଲ୍ କରିବା ପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସ୍ମାର୍ଟଫୋନର ଆବଶ୍ୟକତା ବହୁଗୁଣିତ ହୋଇଛି ।
ବର୍ତ୍ତମାନ ସ୍ମାର୍ଟଫୋନ୍ ଏମିତି ଏକ ଡିଭାଇସ୍ ପାଲଟିଛି ଯାହା ଦିନର ଅଧିକାଂଶ ସମୟ ଲୋକଙ୍କ ପାଖରେ ରହିଥାଏ । ଏହା ବ୍ୟତୀତ ଆଜିକାଲି ଲୋକମାନେ ଏହାକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି ।
କିନ୍ତୁ ବର୍ତ୍ତମାନ ଟେକ୍ ଇଣ୍ଡଷ୍ଟ୍ରି ଏକ ନୂଆ ଡିଭାଇସ୍ ପ୍ରସ୍ତୁତ କରୁଛି ଯାହା ସ୍ମାର୍ଟଫୋନର ପ୍ରାଧାନ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଆଜିକାଲିର ଟେକ୍ନୋଲୋଜିକୁ ଦେଖି ଲାଗୁଚି ଯେମିତି ରେଡିଓ ଯୁଗର ଅନ୍ତ ଘଟିଛି ସେହିଭଳି ଖୁବଶୀଘ୍ର ହଜିଯିବ ସ୍ମାର୍ଟଫୋନ୍ ।
ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ କ’ଣ ସ୍ମାର୍ଟଫୋନର ସମୟ ଶେଷ ହେବାକୁ ଯାଉଛି କି? ତେବେ ଆମେ ଏଭଳି କହିବା ପଛର କାରଣ ହେଉଛି ଖୁବଶୀଘ୍ର ସ୍ମାର୍ଟଫୋନର ସ୍ଥାନ ନେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଟାଟୁ । ଯାହା ଏକଦମ୍ ସ୍ମାର୍ଟଫୋନ୍ ଭଳି କାମ କରିବ । ହେଲେ କ’ଣ ଏହି ଇଲେକ୍ଟ୍ରୋନିକ୍ ଟାଟୁ? ଏହା କିଭଳି କାମ କରିବ?
ଆପଣ ଏହା ମଧ୍ୟ ଭାବୁଥିବେ ଯେ ଏକ ଟାଟୁ କିଭଳି ସ୍ମାର୍ଟଫୋନ୍ ର ସ୍ଥାନ ନେବ? ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ପଢ଼ନ୍ତୁ ଅଧିକ ଖବର….Video: ‘ବିଗ ବସ 19’ ରେ ବୋବାଲ କରୁଛନ୍ତି ଏ ସୁନ୍ଦରୀ, ମଛର କଟ୍ଟା ଗାର୍ଲଙ୍କ ବଡିରେ ଫିଦା ହେଲେଣି ଫ୍ୟାନ୍ସ, ଦେଖନ୍ତୁ
ଇଲେକ୍ଟ୍ରୋନିକ୍ ଟାଟୁ ଏକ ନୂଆ ଆଡଭାନ୍ସ ଟେକ୍ନୋଲୋଜି । ଏହା ହେଉଛି ଏକ ପ୍ରକାରର ଚିପ୍ ଯାହାକୁ ସହଜରେ ମଣିଷ ଶରୀରରେ ଫିଟ୍ କରାଯାଇପାରିବ । ଏହା ଏକ ଟାଟୁ ପରି ଦେଖାଯିବ । କିନ୍ତୁ ଏହି ଇଲେକ୍ଟ୍ରୋନିକ୍ ଚିପ୍ ସ୍ମାର୍ଟଫୋନର ସମସ୍ତ କାମ କରିପାରିବ ।
ଏଥିରେ ଆପଣ ଫୋନ୍ କଲ୍, ମେସେଜ୍, ଇଣ୍ଟରନେଟ୍ ଚଳାଇବା ଭଳି ସମସ୍ତ କାମ କରିପାରିବେ । ଏପରି ପରିସ୍ଥିତିରେ, ଆଗାମୀ ସମୟରେ ଇଲେକ୍ଟ୍ରୋନିକ୍ ଟାଟୁ ଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଉ ସ୍ମାର୍ଟଫୋନର ଆବଶ୍ୟକତା ପଡ଼ିବ ନାହିଁ ।
ଯଦି ରିପୋର୍ଟ ସତ ହୁଏ ତେବେ ଆଗାମୀ ଦିନରେ, ପକେଟରେ ଆଉ ସ୍ମାର୍ଟଫୋନ୍ ନେବାକୁ ପଡ଼ିବନି । ଇଲେକ୍ଟ୍ରୋନିକ୍ ଟାଟୁ ସାହାଯ୍ୟରେ, ଜଣେ ବ୍ୟକ୍ତି ସମଗ୍ର ବିଶ୍ୱ ସହିତ ଯୋଡ଼ି ହୋଇ ରହିପାରିବ ।
ତେବେ ଏହି ଟେକ୍ନୋଲୋଜି ସାମ୍ନାକୁ ଆସିବା ପରେ ଦାବି କରାଯାଉଛି ଯେ ୨୦୩୦ ସୁଦ୍ଧା ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ । କେବଳ ଏତିକି ନୁହେଁ ଏହି ଇଲେକ୍ଟ୍ରୋନିକ୍ ଟାଟୁରେ ଆପଣ ନିଜ ସ୍ୱାସ୍ଥ୍ୟ ବି ଯାଞ୍ଚ କରିପାରିବେ । ଏହା ଦ୍ୱାରା ଆପଣ ହାର୍ଟରେଟ୍, ଅକ୍ସିଜେନ ଲେବଲ୍ ଏବଂ ଶରୀରର ତାପମାତ୍ରା ଆଦି ମାପିପାରିବେ ।
ତେବେ ସବୁଠାରୁ ଖୁସିର କଥା ହେଉଛି ଏହି ଇଲେକ୍ଟ୍ରୋନିକ ଟାଟୁ ପାଇଁ ନାହିଁ ଚାର୍ଜର ଟେନସନ୍ ରହିବ ନାହିଁ ଏହାକୁ ପକେଟରେ ନେବା ଆଣିବାର ଝିନଝଟ୍ ରହିବ । ଏହା ଆପଣଙ୍କ ଶରୀରରେ ଏକ ଅଙ୍ଗ ଭଳି କାମ କରିବ । ହୁଏତ ଏ କଥା ଏବେ ସ୍ୱପ୍ନ ପରି ଲାଗିପାରେ । କିନ୍ତୁ ଆଗାମୀ ସମୟରେ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି । ଯେଉଁଭଳି ଭାବେ ରେଡ଼ିଓ, ଟେଲିଫୋନ୍ ଓ ଡ଼ାକବାଜି ବାଜି ଯନ୍ତ୍ରର ଯୁଗ ହଜିବାକୁ ବସିଲାଣି ସେହିଭଳି ଟେକ୍ନୋଲୋଜିର ବିକାଶରେ ସ୍ମାର୍ଟଫୋନ୍ ବି ହଜିଯିବ । ଯାହାର ପୂର୍ବାନୁମାନ କରିଛନ୍ତି ଅନେକ ଟେକ୍ ଜିଆଣ୍ଟ ।