୪ ଜିଲ୍ଲା ରୁହନ୍ତୁ ସାବଧାନ! ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି

୪ ଜିଲ୍ଲାରେ ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼। ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ୪ଟି ନଦୀରେ ଜଳସ୍ତର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହି ନଦୀ ଗୁଡ଼ିକ ହେଲେ- ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା। ସତର୍କ ସଙ୍କେତ ଉପରକୁ ଯିବ ନଦୀ ଜଳସ୍ତର। ସୁବର୍ଣ୍ଣରେଖାରେ ୨୦.୯୭ ମିମି ବର୍ଷା। ବୁଢାବଳଙ୍ଗରେ ୪୩.୦୭ ମିମିର ବର୍ଷା। ବୈତରଣଭୀରେ ୩୦.୬୫ ମିମି ବର୍ଷା। କୌଣସି ନଦୀରେ ଏବେ ବନ୍ୟା ନାହିଁ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କର ସୂଚନା ରହିଛି।

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହରରେ କୃତ୍ରିିମ ବନ୍ୟା ସୃଷ୍ଟି ହୋଇଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ରାସ୍ତାରେ ସୃଷ୍ଟି ହେଲା ନଦୀ ଭ୍ରମ । ତଳିଆ ଅଞ୍ଚଳର ବିଭିନ୍ନ ଗଳି ଓ ଛକରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଚିଡିଆ ପୋଲ, ନୂଆ ସାହି, ତେଲଙ୍ଗା ଛକରେ ପାଣି ପ୍ରବାହିତ ହେଉଛି ।

ଅଡର ବଜାର ଓ କଂଗ୍ରେସ ଗଳିରେ ବି ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି, ଯାହାଫଳରେ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆରବସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ଏହା ଓଡ଼ିଶା ଅତିକ୍ରମ କରିବ ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ ବର୍ଷା । ପରବର୍ତ୍ତୀ ସମୟରେ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ।

ଆଗାମୀ ୨୪ ଘଣ୍ଟାରେ ଏହା ଓଡ଼ିଶା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।

ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବା ସହ ସଂଲଗ୍ନ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବିଶେ‌ଷ କରି ଆସନ୍ତାକାଲି ମାଲକାନଗିରି ଓ କୋରାପୁଟରେ ‌ପ୍ରବଳ ଛେଚିବ ବୋଲି ଜଣାପଡ଼ିଛି। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।