ଜଳିଲେ ନା ଜାଳି ମାରିବାକୁ ଉଦ୍ୟମ.. ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର

ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର

ସାଲେପୁର: ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। କଂକ୍ରେଇଲୋ ଗାଁରେ ଘଟିଛି ଏହି ଅଘଟଣ। ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି ଯେ, କିରୋସିନ ଢାଳି ନିଜକୁ ମହିଳା ଜାଳିଦେଇଛନ୍ତି। ପାରିବାରିକ କଳହରୁ କିରୋସିନ ଢାଳି ପ୍ରାଣହାରିବାକୁ ଉଦ୍ୟମ କରୁଥିଲେ ଏହି ମହିଳା।
ପ୍ରକାଶଥାଉ ଯେ,ଅଗଷ୍ଟ 29 ତାରିଖରେ ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଥିଲା। ଏଠାରେ ଜଣେ ଆଇନଜୀବୀ ଜୀବନ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ।

ସେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି ଦେଇଥିଲେ ବୋଲି କୁହାଯାଉଛି। ମୃତକ ହେଲେ ଦୀପକ କୁମାର ସାହୁ ଏବଂ ସେ ଜଣେ ଆଇନଜୀବୀ। ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନିଜ ଘର ଛାତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଛାତ ଉପରେ ଜଳିଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।