କାହିଁକି ଆସିଲା ଉଥାପ୍ପା- କୋହଲିଙ୍କ ସମ୍ପର୍କରେ ଫାଟ, ବିବାଦିତ ବୟାନ ପରେ ପଶ୍ଚତାପ କରୁଛନ୍ତି ଖେଳାଳି

ବିରାଟ ଏବଂ ତାଙ୍କ ବନ୍ଧୁତା ଉପରେ ପଡ଼ିଥିଲା ପ୍ରଭାବ

ନୂଆଦିଲ୍ଲୀ: ବିରାଟ କୋହଲି- ରବିନ୍ ଉଥାପ୍ପାଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ପୂର୍ବତନ ଭାରତୀୟ କ୍ରିକେଟର ରବିନ୍ ଉଥାପ୍‌ପା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ତାଙ୍କର କିଛି ପୁରୁଣା ବୟାନ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ତାଙ୍କର କିଛି ପୁରୁଣା ବୟାନ ଅଜାଣତରେ ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି। ଏକ ପୋଡକାଷ୍ଟରେ ଉଥାପ୍ପା କୋହଲିଙ୍କ ଅଧିନାୟକତ୍ୱ ଶୈଳୀ ଏବଂ ଅମ୍ବାତି ରାୟୁଡ଼ିଙ୍କୁ ନେଇ ନିଆଯାଇଥିବା ନିଷ୍ପତି ଉପରେ ଆଲୋଚନା କରିଥିଲେ।

ଅମ୍ବାତି ରାୟୁଡୁ ୨୦୧୯ ଓଡ଼ିଆଇ ବିଶ୍ୱକପ ଦଳରୁ ବାହାର କରାଯାଇଥିଲା। ଯଦିଓ ତାଙ୍କୁ ଦୀର୍ଘ ସମୟ ଧରି ଭାରତ ପାଇଁ ନମ୍ବର-୪ ସ୍ଥାନ ପାଇଁ ସବୁଠାରୁ ଦୃଢ଼ ଦାବିଦାର ବୋଲି କୁହାଯାଉଥିଲା।

ତାଙ୍କ ସ୍ଥାନରେ ଚୟନକର୍ତ୍ତାମାନେ ବିଜୟ ଶଙ୍କରଙ୍କୁ ସାମିଲ କରିଥିଲେ। ୩ଡି ଖେଳାଳି ବୋଲି କହି ଏହି ନିଷ୍ପତିକୁ ସଠିକ୍ କହିଥିଲେ।

ସେହି ପୋଡକାଷ୍ଟରେ ଉଥାପ୍ପା ରାୟୁଡୁ ଏବଂ ଯୁବରାଜ ସିଂହଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଯୁବରାଜଙ୍କୁ ମଧ୍ୟ ଦଳରୁ ବାହାର କରାଯାଇଥିଲା ଏବଂ ସେ ୨୦୧୯ରେ ଏକ ବିଦାୟୀ ମ୍ୟାଚ୍ ନ ଖେଳି ଅବସର ନେଇଥିଲେ।

ବିରାଟ ଏବଂ ତାଙ୍କ ବନ୍ଧୁତା ଉପରେ ପଡ଼ିଥିଲା ପ୍ରଭାବ
ନିକଟରେ ଉଥପ୍ପା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସ୍ପଷ୍ଟ କରିଥିଲେ ତାଙ୍କ ଚିନ୍ତାଧାରା କୋହଲିଙ୍କ ଟିପ୍ପଣୀ କରିବା ନଥିଲା। ସେ କହିଥିଲେ ଯେ ସେହି ଆଲୋଚନାର ଉଦ୍ଦେଶ୍ୟ ବିରାଟଙ୍କ ବିଷୟରେ କହିବା ନୁହେଁ। ସାକ୍ଷାତକାର ତାଙ୍କ ବିଷୟରେ ଥିଲା। ହେଲେ ତାଙ୍କ ପ୍ରଶ୍ନ ପଚାରା ଯାଇଥିଲା ସେ ଉତ୍ତର ଦେଇଥିଲେ।

ସେହି ସମୟରେ ସେ ଭାବିନଥିଲେ ଏଥିପାଇଁ ବିରାଟଙ୍କ ସମ୍ପର୍କରେ ତାଙ୍କର ପ୍ରଭାବ ପଡ଼ିବ। ସେହି ବୟାନ ପରେ ବିରାଟ ଏବଂ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରେ ସେ ଅନୁଭବ କଲେ ଯେ ତାଙ୍କୁ ବ୍ୟକ୍ତିଗତ ଭାବରେ ବିରାଟ କୋହଲିଙ୍କ ସହ କଥା ହେବା ଉଚିତ ଥିଲା।

ବିରାଟଙ୍କ ସହ କଥା ହେବା ଉଚିତ ଥିଲା
୨୦୦୭ ଟି-୨୦ ବିଶ୍ୱକପ୍ ବିଜୟୀ ଖେଳାଳି ଆହୁରି କହିଛନ୍ତି ଯେ ଏହି ଘଟଣା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରମାଣିତ ହୋଇଛି। ସେ ବିରାଟଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟି ନଥିଲେ, ବରଂ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ଅଭିଜ୍ଞତା ବିଷୟରେ କହିଥିଲେ।

ପ୍ରତ୍ୟେକଙ୍କ ଅଧିନାୟକତ୍ୱର ନିଜସ୍ୱ ଶୈଳୀ ଅଛି ଏବଂ ସମସ୍ତଙ୍କର ନିଜସ୍ୱ ମତାମତ ରଖିବାର ଅଧିକାର ଅଛି।

କିନ୍ତୁ ସେ ଅନୁଭବ କଲେ ଯେ ଅତି କମରେ ବିରାଟଙ୍କ ସହ ତାଙ୍କ ସମ୍ପର୍କକୁ ବିଚାର କରି, ଜାତୀୟ ଟେଲିଭିଜନରେ ଏହା ବିଷୟରେ କହିବା ପରିବର୍ତ୍ତେ ପ୍ରଥମେ ତାଙ୍କ ସହିତ କଥା ହେବା ଉଚିତ ଥିଲା। ଏହା ତାଙ୍କ ପାଇଁ ଏକ ଶିକ୍ଷା ଥିଲା।